ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ : ୨ ମୃତ, ୭ ଆହତ
ଜୟପୁର : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତର ହତୀମୁଣ୍ଡା ଗାଁରେ ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ। ରକ୍ତାକ୍ତ ସଂଘର୍ଷ କାରଣରୁ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତର ହାତୀମୁଣ୍ଡା ଗାଁରେ ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ରକ୍ତାକ୍ତ ସଂଘର୍ଷ କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୭ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଧନପତି ଜାନି(୪୫) ଓ ସହଦେଵ ଜାନି (୪୦)। ଶନିବାର ରାତିରେ ଜମିଜମା ଓ ଗୁଣିଗାରେଡ଼ିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଶନିବାର ରାତି ପ୍ରାୟ ୮ଟା ସମୟରେ କୌଣସି କାରଣରୁ ଗାଁର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମୃତକମାନେ ହେଲେ ଧନପତି ଜାନୀ(୪୫) ଏବଂ ସହଦେଵ ଜାନୀ (୪୦) । ସେହିପରି ଆହତମାନେ ହେଲେ ସେନାପତି ଜାନୀ, ଧନେଶ୍ଵର ଜାନୀ, ଦିବା ପରଜା, ରାଜୁ ଜାନୀ, ମନୋହର ଜାନୀ, ଅଙ୍ଗରା ଜାନୀ ଏବଂ ଛେଣ୍ଡିଆ ଜାନୀ । ତେବେ ସେନାପତି ଓ ଧନେଶ୍ଵରର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କୋରାପୁଟ ଜିଲ୍ଲା ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯେ, ତେବେ ଜମିଜମା ବିବାଦ ଓ ଗୁଣିଗାରେଡ଼ିକୁ ନେଇ ହତ୍ୟାକାଣ୍ଡ ହୋଇଥିବା କୁହାଯାଇଛି। ହତ୍ୟାକାଣ୍ଡ ପରେ ହାତୀ ମୁଣ୍ଡା ଗାଁର ଆଦିବାସୀ ସାହି ଏକ ପ୍ରକାର ଜନ ଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ ହୋଇଛି। ଏଥିସହିତ କୋରାପୁଟ ଡି ଏସ୍ ପି ନିରଞ୍ଜନ ବେହେରା ମଧ୍ୟ ପହଞ୍ଚି ତଦନ୍ତ କରୁଛନ୍ତି ।
