ଅପହୃତା ଛାତ୍ରୀ ଉଦ୍ଧାର, ଅଭିଯୁକ୍ତ ଗିରଫ
ଗଞ୍ଜାମ : ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଅପହୃତା ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଛି । ଅଭିଯୁକ୍ତ ଯୁବକ ଜଣକ ହେଲେ ଅନିଲ ସାହୁ । ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀମାଇନା ପରେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି । ଗତ କିଛିଦିନ ତଳେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ବଡ଼ବଜାର ଥାନାରେ ଛାତ୍ରୀଙ୍କ ପିତା ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତର ମୋବାଇଲକୁ ଟ୍ରାକ୍ କରି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ଏବଂ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ।
