କେନ୍ଦ୍ରାପଡା ୨ନମ୍ବର ପୂର୍ତ୍ତ ବିଭାଜନ କାର୍ଯ୍ୟାଳୟ ଗୃହ ଉଦଘାଟିତ
କେନ୍ଦ୍ରାପଡା : କେନ୍ଦ୍ରାପଡା ପୂର୍ତ୍ତ ବିଭାଜନ ୨ନମ୍ବର କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ପୂର୍ତ୍ତ , ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ସହରର ତିନିମୁହାଣୀ ଠାରେ କେନ୍ଦ୍ରାପଡା ପୂର୍ତ୍ତ ବିଭାଜନ ୨ନମ୍ବର କାର୍ଯ୍ୟାଳୟ ଗୃହ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ୨ନମଦ୍ୱର ପୂର୍ତ୍ତ ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ସରୋଜ କୁମାର ନାୟକ, ସେଣ୍ଟ୍ରାଲ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ୨୦୧୯-୨୦ ବର୍ଷରେ ପ୍ରଥମେ ଏହି କାର୍ଯ୍ୟାଳୟ ଗୃହର ବ୍ୟୟ ଅଟ୍ଟକଳ ୧୨୮.୭୮ଲକ୍ଷ ଟଙ୍କା ଥିବା ବେଳେ ପରେ ଏହି ମୂଲ୍ୟ ପରିବର୍ତ୍ତିତ ହୋଇ ୧୩୪.୪୮ଲକ୍ଷ ଟଙ୍କା ହୋଇଥିଲା । କିନ୍ତୁ ଠିକାଦାର ଗୈାତ୍ତମ ମଲ୍ଲିକ ୧୦୭.୩୦ଲକ୍ଷ ଟଙ୍କାରେ ଏହି କାର୍ଯ୍ୟ ପାଇଁ ଏଗ୍ରିମେଣ୍ଟ ସ୍ୱାକ୍ଷର କରିଥିଲେ । ଗତ ୨୫.୦୩୨୦୨୦ରିଖରେ ଏହି କାର୍ଯ୍ୟାଳୟ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିର୍ମାଣ ଶେଷ ହେବା ପାଇଁ ତା ୨୪.୧୨.୨୦୨୦ରିଖ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ପ୍ରକୃତରେ ଚଳିତବର୍ଷ ଜାନୁୟାରୀମାସ ୩ତାରିଖରେ ସଂପୂର୍ଣ୍ଣ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ମଧୁଛନ୍ଦା ମହାନ୍ତି, ଲିଲିତା ଦାସ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ) ପ୍ରମୁଖ ଉପସ୍ଥିତ ଥିଲେ ।
