ଖୋଲିଲା କେଦାରନାଥ ଧାମ, ଦର୍ଶନ ଲାଗି କରିଛନ୍ତି ବୁକିଂ ୩ ଲକ୍ଷ ଲୋକ
ନୂଆଦିଲ୍ଲୀ : ଖୋଲିଲା କେଦାରନାଥ ଧାମ । ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଚି କେଦାରନାଥ ଧାମ । ଏଥିପାଇଁ ଚଳଚଞ୍ଚଳ କେଦାରନାଥ ଧାମ । ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟରର ସୁବିଧା କରାଯାଇଛି।
ସୂଚନା ଯେ, ପ୍ରବଳ ଥଣ୍ଡା କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା । ପୁଣି ଥରେ ବାବା କେଦାରନାଥଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ତେବେ ପଦଯାତ୍ରା ସହ ଶ୍ରଦ୍ଧାଳୁମାନେ ହେଲିକପ୍ଟରରେ ମଧ୍ୟ ଯାତ୍ରା କରିପାରିବେ ।
ଉତ୍ତରଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ହେଲିକପ୍ଟର ଯୋଗେ କେଦାରନାଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । IRCTC େୱବସାଇଟ ମାଧ୍ୟମରେ ବୁକିଂ କରିପାରିବେ ଶ୍ରଦ୍ଧାଳୁ । ଏଯାଏ କେଦାରନାଥଯାତ୍ରା ପାଇଁ ପ୍ରାୟ ୩ ଲକ୍ଷ ଲୋକ ବୁକିଂ କରିଥିବା ଜଣାପଡିଛି ।
