ହନିମୁନରୁ ମେହେନ୍ଦୀ ଲଗା ହାତ ଫଟୋକୁ ସେୟାର କଲେ କ୍ୟାଟ୍ରିନା, ଫ୍ୟାନ୍ସ ଖୋଜିଲେ ବିକିଙ୍କ ନାଁ
ମୁମ୍ବାଇ : ବଲିଉଡ଼ର ଚର୍ଚ୍ଚିତ ଯୋଡ଼ି ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ରାଜସ୍ଥାନରେ ଶେଷ ହୋଇଛି । ବିବାହ ପରେ ଏହି କପଲ୍ ନିଜ ଫ୍ୟାନ୍ସଙ୍କ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ଫଟୋ ସେୟାର କରୁଛନ୍ତି । ଏହାରି ମଧ୍ୟରେ ହନିମୁନରୁ ଆସିଛି କ୍ୟାଟ୍ଙ୍କ ଆଉ ଏକ ଫଟୋ । ଯେଉଁଥିରେ ସେ ନିଜ ବିବାହ ପାଇଁ ହାତରେ କରିଥିବା ମେହେନ୍ଦୀ ଫଟୋ ସେୟାର କରିଛନ୍ତି । ଫ୍ୟାନ୍ସ ଏହି ଫଟୋରେ କ୍ୟାଟ୍ରିନାଙ୍କ ହାତରେ ବିକିଙ୍କ ନାମ ଖୋଜୁଛନ୍ତି ଫ୍ୟାନ୍ସ ।
ସମୁଦ୍ର କୂଳରେ ନିଆଯାଇଥିବା ମେହେନ୍ଦୀ ଲଗା ହାତ ଫଟୋକୁ କ୍ୟାଟ୍ରିନା ଶନିବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫଟୋଟି ବିକି ଓ କ୍ୟାଟ୍ରିନାଙ୍କ ହନିମୁନ ସମୟରେ ନିଆଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ଫଟୋ ମାଲଦ୍ବୀପରେ ନିଆଯାଇଛି । ଏକ ହାର୍ଟ ଇମୋଜି ସହିତ କ୍ୟାଟ୍ରିନା ଏହି ଫଟୋକୁ ସେୟାର କରିଛନ୍ତି ।
ଏହି ଫଟୋରେ କ୍ୟାଟ୍ରିନା ହାତରେ ମେହେନ୍ଦୀ କରିବା ସହିତ ଲାଲ ଚୁଡି ପିନ୍ଧିଛନ୍ତି । କ୍ୟାଟ୍ଙ୍କ ଏହି ଫଟୋକୁ ଅଭିନେତ୍ରୀ ନେହା ଧୁପିଆଙ୍କ ସହିତ ଅନେକ କଳାକାର ଲାଇକ କରିଛନ୍ତି । ସେପଟେ ସୋମବାର ଏହି ନବ ବିବାହିତ କପଲ୍ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ୍ ଦେବାକୁ ଯାଉଛନ୍ତି । ଯେଉଁଥିରେ ବଲିଉଡ଼ର ବହୁ ସୁନାମଧନ୍ୟ କଳାକାର ସାମିଲ ହେବେ ବୋଲି ଯୋଜନା ରହିଛି ।
