ବିକି-କ୍ୟାଟଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରଦାର : ବିବାହ ମଣ୍ଡପକୁ ଏମିତି ଏଣ୍ଟ୍ରି କରିବେ ବିକି, ଚର୍ଚ୍ଚା ଜୋର
ମୁମ୍ବାଇ: ରାଜସ୍ଥାନୀ ପରମ୍ପରାରେ ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫ । ଏହାରି ମଧ୍ୟରେ ବିବାହ ମଣ୍ଡପକୁ ବିକିଙ୍କ ଏଣ୍ଟ୍ରିକୁ ନେଇ ଏବେ ଚର୍ଚ୍ଚା ହେଉଛି । ବିକି ନିଜର ବାରାତ ସହିତ ମଣ୍ଡପରେ ଗ୍ରାଣ୍ଡ ଏଣ୍ଟ୍ରି ମାରିବେ ବୋଲି ଜଣାପଡ଼ିଛି । ବିକି ଘୋଡାଗାଡ଼ିରେ ବସି ବିବାହ ପାଇଁ ଆସିବେ ବୋଲି ମଧ୍ୟ ସୂଚନା ମିଳିଛି ।
ବିକି-କ୍ୟାଟ୍ଙ୍କ ବାହାଘର ସଙ୍ଗୀତ, ମେହେନ୍ଦୀ ସହିତ ସମସ୍ତ ହିନ୍ଦୁ ପରମ୍ପରା ରହିବ । ଏହି ସମସ୍ତ ଉତ୍ସବ ଆସନ୍ତା ୭ ତାରିଖରୁ ୯ ତାରିଖ ମଧ୍ୟରେ ହେବ । ବିକି ବିବାହ ମଣ୍ଡପରେ ମାରିବେ ଗ୍ରାଣ୍ଡ ଏଣ୍ଟ୍ରି । ଏଥିଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ବିକି ୭ଟି ଘୋଡ଼ା ବନ୍ଧା ଥିବା ଗାଡ଼ିରେ କ୍ୟାଟଙ୍କୁ ବିବାହ କରିବା ପାଇଁ ପହଞ୍ଚିବେ । ଏହି ବିବାହ ଉଭୟ ଷ୍ଟାରଙ୍କ ନିକଟତର ବନ୍ଧୁ ପରିଜନଙ୍କ ଗହଣରେ ହେବ ବୋଲି ଜଣାପଡ଼ିଛି ।
କ୍ୟାଟ୍ରିନା (୩୮) ଓ ବିକି(୩୩) ପ୍ରାୟ ୨ ବର୍ଷ ଧରି ପରସ୍ପରକୁ ଡେଟ୍ କରି ଆସୁଥିଲେ । କିନ୍ତୁ ସେମାନେ ଏହାକୁ ଏଯାବତ୍ ସର୍ବସାଧାରଣ କରିନାହାନ୍ତି । କିନ୍ତୁ ଗତ କିଛି ମାସ ଧରି ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି । ଉଭୟ ଚଳିତ ମାସରେ ବିବାହ କରିବେ । ତେବେ ବିବାହ ଉତ୍ସବରେ ସାମିଲ ହେବାକୁ ଥିବା ସମସ୍ତ ଅତିଥି ଉଭୟ ଡୋଜ ଟିକା ନେଇଥିବା ବାଧ୍ୟତାମୂଳକ ରହିଛି । ଯେଉଁମାନେ ଉଭୟ ଡ଼ୋଜ ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହି ଷ୍ଟାରଙ୍କ ବିବାହରେ ମୋଟ ୧୨୦ ଜଣ ଅତିଥି ସାମିଲ ରହିବେ ।
