କଶ୍ମୀର ଭାରତର ମସ୍ତକର ମୁକୁଟ, ଏହାକୁ ଉପଯୁକ୍ତ ସ୍ଥାନ ଅବଶ୍ୟ ମିଳିବ : ରାଷ୍ଟ୍ରପତି
ଶ୍ରୀନଗର : କଶ୍ମୀର ଭାରତର ମସ୍ତକର ମୁକୁଟ ଏବଂ ଏହାକୁ ଉପଯୁକ୍ତ ସ୍ଥାନ ଅବଶ୍ୟ ମିଳିବ । କେନ୍ଦ୍ର ଶାସିତ ପ୍ରଦେଶର ଯୁବପୀଢ଼ି ଖୁବଶୀଘ୍ର ଏହା ଉପଲବ୍ଧି କରିପାରିବେ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମଙ୍ଗଳବାର କଶ୍ମୀର ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି କଶ୍ମୀର ଘାଟିକୁ ପୃଥିବୀର ସ୍ୱର୍ଗ ବୋଲି ଅଭିହିତ କରିଥିଲେ । କଶ୍ମୀର ଭାରତର ମସ୍ତକର ମୁକୁଟ, ଏହାକୁ ଉପଯୁକ୍ତ ସ୍ଥାନ ଅବଶ୍ୟ ମିଳିବ ଏବଂ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଜମ୍ମୁ ଓ କଶ୍ମୀରର ଯୁବପୀଢ଼ିଙ୍କ ଉପରେ ଭରସା କରିଛି । ମୋର ବିଶ୍ୱାସ ଖୁବ୍ ଶୀଘ୍ର ଏହା ସତ ହେବ ।
ଭାରତୀୟ ଦର୍ଶନର ଇତିହାସ ଲେଖାଯିବାରେ କଶ୍ମୀରର ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ରୁକବେଦର ପୁରାତନ ପାଣ୍ଡୁଲିପି ଗୁଡିକ ମଧ୍ୟରେ ଗୋଟିଏ କଶ୍ମୀରରେ ଲେଖାଯାଇଥିଲା । ଯାହାକି ଭାରତୀୟ ଦର୍ଶନ ଇତିହାସକୁ ସମୃଦ୍ଧ କରିବା କ୍ଷେତ୍ରରେ ବେଶ୍ ଅନୁକୂଳ ସାବ୍ୟସ୍ତ ହୋଇଛି । ଏଥି ସହିତ କଶ୍ମୀରକୁ ବିଭିନ୍ନ ସଂସ୍କୃତିର ମିଳନ ସ୍ଥଳ ଦର୍ଶାଇ ସେ କହିଥିଲେ ଯେ, କଶ୍ମୀର ହେଉଛି ସାମ୍ପ୍ରଦାୟିକ ସଦଭାବ ଓ ଶାନ୍ତିପୂର୍ଣ୍ଣ ମାହୋଲର ପ୍ରତୀକ, ତାହା କେହିବି ଦେଖିପାରିବ ।
