ତତଲା କଡେଇରେ ଭାଜିହେଉଛି କାଶୀ ବିଶ୍ୱନାଥଙ୍କ ମନ୍ଦିର, ଗଲାଣି ଦୁଇ ଜୀବନ
ବାରାଣସୀ : ଉତ୍ତର ପ୍ରଦେଶର ବାରାଣସୀରେ ପ୍ରବଳ ଗରମ ଅନୁଭୂତ ହେଉଛି । ଯାହାଫଳରେ କାଶୀ ବିଶ୍ୱନାଥଙ୍କ ଦର୍ଶନ ଶ୍ରଦ୍ଧାଳୁମାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ୍ ହୋଇପଡିଛି । କାରଣ ମନ୍ଦିର ପରିସର ତତଲା କଡେଇଭଳି ଅନୁଭୂତ ହେଉଛି । ଯାହାକୁ ନେଇ ମନ୍ଦିର ପରିସର ଭିତରେ ଦୁଇଦିନରେ ଦୁଇଜଣ ଭକ୍ତ ପ୍ରାଣ ହରାଇଲେଣି ।
ସୂଚନା ଅନୁସାରେ ଭୀଷଣ ଗରମ ଯୋଗୁ କର୍ଣ୍ଣାଟକର ବେଲଗାମ୍ ନିବାସୀ ୫୭ ବର୍ଷୀୟା ଆଶା ଦେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ଭାବେ ଏହାର ଦିନକ ପୂର୍ବରୁ ଆନ୍ଧ୍ର ପ୍ରଦେଶର ୭୫ ବର୍ଷୀୟ ଅଲ୍ଲାପର୍ତ୍ତୀ ଚନ୍ଦ୍ରବୋଷଙ୍କର ମଧ୍ୟ ସମାନ କାରଣରୁ ମୃତ୍ୟୁ ହୋଇଥିଲା ।
