କାଶୀ ବିଶ୍ୱନାଥ ଧାମ ଦେଶକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ୱନାଥ ଧାମ ଦେଶକୁ ସମର୍ପିତ କରିଛନ୍ତି। ଅନେକ ସନ୍ଥ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବାବାଙ୍କ ଧାମକୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକାର୍ପିତ କରିଛନ୍ତି। ଏହାପୂର୍ବରୁ ମୋଦୀ ଗଙ୍ଗା ନଦୀରେ ବୁଡ଼ ମାରି ସେଠାରୁ କଳସରେ ଜଳ ଆଣି ବିଶ୍ୱନାଥଙ୍କ ଗର୍ଭଗୃହରେ ପହଂଚିଥିଲେ। ବିଧିବଦ୍ଧ ଭାବେ ବାବାଙ୍କ ପୂଜାର୍ଚ୍ଚନା କରିବା ପରେ ଧାମକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ଭେଟିଥିଲେ। ସେମାନଙ୍କ ଉପରେ ଫୁଲ ବର୍ଷା କରି ସେଲ୍ଫି ଉଠାଇଥିଲେ।
ସୂଚନା ଯେ, ବାବାଙ୍କ ଧାମରେ ଏବେ କାଶୀନାଥଙ୍କ ବାସ୍ତୁକଳା ତଥା ଆଧ୍ୟାତ୍ମିକ ଭାବ ଦେଖିବାକୁ ମିଳିବ। ଘନୀ ବସ୍ତି ମଧ୍ୟରେ ନିର୍ମାଣ ହୋଇଥିବା ବିଶ୍ୱନାଥ ମନ୍ଦିରର ଚତୁଃପାଶ୍ୱର୍ ଖାଲି କରିବା ସହଜ ନଥିଲା। ଧାମ ପାଇଁ ୩୨୦ ଭବନ କିଣିବା ଓ ପ୍ରତ୍ୟାଶିତ କ୍ଷେତ୍ର ସୃଷ୍ଟି କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ସହସ୍ରାଧିକ ପରିବାର ଭ୍ରମିତ ଓ ଚିନ୍ତିତ ଥିଲେ। କିଛି ସ୍ୱଇଚ୍ଛାରେ ଦେଇଥିଲେ ତ ଆଉ କିଛି ଧାରଣାରେ ବସିଥିଲେ। କିନ୍ତୁ ମୋଦୀଙ୍କ ଚେଷ୍ଟା ଫଳରେ ଆଜି ଏହି ସ୍ୱପ୍ନ ପୂରଣ ହୋଇଛି।
