କରୱାଚୌଥ୍ ବ୍ରତ : ଜାଣିରଖନ୍ତୁ କଣ ରହିଛି ବ୍ରତର ନିୟମ ?
କରୱାଚୌଥ ଭାରତୀୟ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ଅଟେ। ଏହି ଦିନ ମହିଳାମାନେ ପତିଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି। କରୱାଚୌଥ ପତି ପତ୍ନୀଙ୍କ ପର୍ବ ହୋଇଥାଏ।
ଶେଷ ହବାକୁ ବସିଛି ପାର୍ବଣ ଋତୁ ।ନିକଟରେ ସୁନ୍ଦର ଜୀବନସାଥୀ ନିମନ୍ତେ କୁଆଁରୀ ଝିଅମାନେ କୁମାର ପୂର୍ଣ୍ଣିମା ପାଳନ କରିଥିଲେ । ବର୍ତ୍ତମାନ ଉପସ୍ଥିତ ହେଇଛି କରୱାଚୌଥ। ବିବାହିତା ମହିଳାମାନେ ପ୍ରତିବର୍ଷ ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ କରୱାଚୌଥ ବ୍ରତ ରଖିଥିବାବେଳେ ଆଜିକାଲି ଯୁବତୀମାନେ ମଧ୍ୟ ନିଜ ପ୍ରେମିକ, ଭାବି ସ୍ୱାମୀ ପାଇଁ ମଧ୍ୟ ବ୍ରତ କରୁଛନ୍ତି । ତେବେ ଯୁବତୀମାନେ ଏହି ବ୍ରତ ପାଳନ କରିବା କେତେଦୂର ଠିକ ତାହା ପ୍ରଶ୍ନ ଉଠୁଥିବାବେଳେ କରୱାଚୌଥ ସହ ଜଡିତ ଅନେକ ପ୍ରଶ୍ନ ରହିଛି ଯାହା ମନକୁ ଆନ୍ଦୋଳିତ କରିଥାଏ । ଯେପରିକି ଚାଲୁଣିରେ କାହିଁକି ଜହ୍ନ ଓ ସ୍ୱାମୀ ମୁହଁ ଦେଖନ୍ତି। ଏହା କରୱାଚୌଥ ସହ ଜଡିତ ଏକ ରୋମାଞ୍ଚକ ତଥ୍ୟ ।
ଜ୍ୟୋତିଷଙ୍କ କହିବାନୁଯାୟୀ, କୁମାରୀ ଯୁବତୀ ମଧ୍ୟ କରୱାଚୌଥ ବ୍ରତ ପାଳନ କରିପାରିବେ । ଯଦି ଆପଣ କାହା ସହ ସମ୍ପର୍କରେ ନଥିବେ ତାହେଲେ ମଧ୍ୟ ବ୍ରତ ପାଳନ କରିପାରିବେ । ବ୍ରତ ପାଳନ କରିବାରେ କିଛି ସମସ୍ୟା ନାହିଁ କିନ୍ତୁ ପୂଜା ରୀତିନୀତି ଅନୁସାରେ କରିବା ଉଚିତ। କରୱାଚୌଥ ବ୍ରତ ଉଭୟ ବିବାହିତ ଓ କୁମାରୀମାନେ କରିପାରିବେ । କିନ୍ତୁ ନିୟମ ଅଲଗା ଅଲଗା ରହିଛି । ନିଜ ପ୍ରେମିକ କିମ୍ବା ଭାବି ସ୍ୱାମୀ ପାଇଁ ବ୍ରତ କରୁଥିଲେ ନିର୍ଜଳା ବ୍ରତ ନ ରଖି ନିରାହାର ବ୍ରତ କରିହେବ । ଜହ୍ନ ପୂଜା ନ କରି ଶିବ ପାର୍ବତୀଙ୍କୁ ଆରାଧନା କରିବା ଉଚିତ। ଏହାଦ୍ୱାରା ମନ ମୁତାବକ ବର ମିଳିଥାଏ । ବିଶ୍ୱାସ ଅନୁଯାୟୀ, ସର୍ବ ପ୍ରଥମେ ମାତା ପାର୍ବତୀ ଶିବଙ୍କ ପାଇଁ କରୱାଚୌଥ ବ୍ରତ ରଖି ସେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିଥିଲେ । ସେଥିପାଇଁ କରୱାଚୌଥ ବ୍ରତ ସମୟରେ ମାତା ପାର୍ବତୀଙ୍କ ପୂଜା କରାଯାଏ । ସେଥିପାଇଁ କରୱାଚୌଥ କଥା ସହ ଗଣେଶ ଭଗବାନଙ୍କ କଥା ମଧ୍ୟ ଶୁଣାଯାଏ। ଏହାଦ୍ୱାରା ମହିଳାମାନଙ୍କୁ ପତ୍ନୀ ସହ ମା’ର ଶକ୍ତି ମଧ୍ୟ ମିଳିଥାଏ।
ଶାଶୂଙ୍କୁ ଦିଅନ୍ତୁ ଏହି ଉପହାର :
ଶାଢ଼ି କିମ୍ବା ଶୃଙ୍ଗାର ବକ୍ସ
ଶାଢ଼ି କିମ୍ବା ସୁଟ୍, ଯାହା ଆପଣଙ୍କ ଶାଶୂ ମା’ ପସନ୍ଦ କରନ୍ତି, ତାହା ତାଙ୍କୁ ଉପହାରରେ ଦେଇପାରିବେ। ଏଥିସହିତ ଚୁଡ଼ି, ବିନ୍ଦି, ପାଉଁଜି, ମେହେନ୍ଦୀ, ମେକ୍ଅପ୍ କିଟ୍ ଏଥିସହିତ ରଖିପାରିବେ। ଏସବୁ ଜିନିଷ ତାଙ୍କ ବ୍ୟବହାରରେ ମଧ୍ୟ ଲାଗିବ ଓ ସେ ଖୁସି ମଧ୍ୟ ହୋଇଯିବେ। ସେହିପରି ଶ୍ବଶୁରଙ୍କ ପାଇଁ ପାରମ୍ପରିକ କୁର୍ତ୍ତା, ପାଇଜାମ ମଧ୍ୟ କିଣିପାରିବେ।
ପର୍ସ, କ୍ଲଚ୍ କିମ୍ବା ପାଉଚ୍
ଆଜିକାଲି ବଜାରରେ ଅନେକ ପ୍ରକାରର ପର୍ସ, କ୍ଲଚ୍ ଓ ପାଉଚ୍ ଉପଲବ୍ଧ ରହିଛି। ଆପଣ ଚାହିଲେ ନିଜ ଶାଶୂ ମା’ଙ୍କ ପାଇଁ ତାଙ୍କ ଆବଶ୍ୟକ ଓ ପସନ୍ଦ ହିସାବରେ କୌଣସି ଉପହାର କିଣିପାରିବେ। ଆପଣ ଚାହିଲେ ଏହି ତିନୋଟି ଯାକକୁ ଏକ ଗିଫ୍ଟ ପ୍ୟାକ୍ କରି ମଧ୍ୟ ଉପହାର ଦେଇପାରିବେ।
ମୋତି
ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ସମୟ ପରେ ମହିଳାମାନେ ମୋତିରେ ତିଆରି କରାଯାଇଥିବା ଜୁଏଲାରୀ ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଆପଣ ଚାହିଲେ ରିଅଲ ପର୍ଲର ନେକ୍ଲେସ୍ ସେଟ୍ ଉପହାର ଦେଇପାରିବେ।
କଫି ମଗ୍ ଓ କୁସନ୍ସ
ଯଦି ଶାଶୂ ମା’ଙ୍କୁ କିଛି ଅଲଗା ଓ ଟ୍ରେଣ୍ଡିଂ ଉପହାର ଦେବାକୁ ଭାବୁଛନ୍ତି, ତେବେ ଲଭ୍ ୟୁ ମମ୍, ବେଷ୍ଟ ମଦର ଇନ୍ ଲ’ ଲେଖାଥିବା କଫି ମଗ୍ କିମ୍ବା କୁସନ୍ସର କମ୍ବୋ ପ୍ୟାକ୍ ତାଙ୍କୁ ଦେଇପାରିବେ। ଏହା ପ୍ରତ୍ୟେକ ଦିନ ଦେଖିବା ପରେ ତାଙ୍କ ମୁହଁରେ ଏକ ସୁନ୍ଦର ସ୍ମାଇଲ୍ ଆସିଯିବ।
ନୂଆ ଆଇଡିଆ
ଆପଣ ଶାଶୂ ମା’ଙ୍କୁ ପ୍ଲେନ୍ ନାଇଟ୍ ସୁଟ୍, ନାଇଟ୍ ଗାଉନ୍ କିଣି ଏହା ଉପରେ ନିଜ ଶାଶୂ ମା’ଙ୍କ ଫଟୋ ପ୍ରିଣ୍ଟ କରି ଉପହାର ଦେଇପାରିବେ। ଏହା ତାଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଚାହିଲେ କଫି ମଗ୍ରେ ଉଭୟଙ୍କ ଫଟୋ ପ୍ରିଣ୍ଟ କରି ମଧ୍ୟ ଉପହାର ଦେଇପାରିବେ।

