କାର୍ତ୍ତିକ ହବିଷ୍ୟାଳି ବ୍ରତ ପାଳନ ପାଇଁ ଆବେଦନ
ଝାରସୁଗୁଡ଼ା : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର କାର୍ତ୍ତିକ ମାସରେ “ରାଈଦାମୋଦର ବ୍ରତ” ପାଳନ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ହବିଷ୍ୟାଳିମାନଙ୍କ ରହଣି , ଜଗନ୍ନାଥ ଦର୍ଶନ , ମହାପ୍ରସାଦ ସେବନ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ ସହାୟତାରେ କରାଯାଉଛି । ଏହି ହବିଷ୍ୟାଳି ବ୍ରତ ପାଳନ ସକାଶେ ଆଗ୍ରହୀ ମା’ ମାନେ ସବିଶେଷ ବିବରଣୀ ପାଇଁ ସେପ୍ଟେମ୍ବର ମାସ ୧୩ତାରିଖରୁ ୨୯ତାରିଖ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ହ୍ଵାଟ୍ସ ଆପ ନମ୍ବର ୯୪୩୭୦୭୩୬୦୯, ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ହ୍ଵାଟ୍ସ ଆପ୍ ନମ୍ବର ୯୪୩୭୦୮୦୬୩୨ କିମ୍ବା ଇ-ମେଲ – oritourpuri@gmail.com ମାଧ୍ୟମରେ ଯୋଗାଯୋଗ କରିବାକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଣାଇଛନ୍ତି ।
