ସରିଲା କାର୍ତ୍ତିକ, ଆଜି ଛାଡଖାଇ : ଆମିଷ ବଜାରରେ ଲୋକ ହାଉଯାଉ
ଭୁବନେଶ୍ୱର : ଆଜି ଛାଡଖାଇ । କାର୍ତ୍ତିକ ମାସ ପାଇଁ ମାସେ ଧରି ଆମିଷ ଛାଡିଥିବା ଲୋକ ଛାଡଖାଇ ପାଳନ କରୁଛନ୍ତି । ମାସ ଯାକ ଛାଡିଥିବା ଖାଇବା ଆଜି ଖାଇବେ । କିଏ ମାଛ ନେଇ ଘରକୁ ଯାଉଛି ତ ଆଉ କିଏ ମାଂସ ଓ ଚିକେନ୍। ବେପାରୀ ମଧ୍ୟ ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ ଭେରାଇଟିର ମାଛ ରୋହି, ଭାକୁର, ଚିଙ୍ଗୁଡି ସାଙ୍ଗକୁ ଛୋଟ ମାଛ ଓ କଙ୍କଡା ସଜାଇ ରଖିଛନ୍ତି। ମାସେ ଧରି ପାଟିରେ ଅମିଷ ବାଜିନଥିବାରୁ ଆଜି ସକାଳୁ ସକାଳୁ ମାଛ, ମାଂସ କିଣିବାକୁ ଲୋକମାନେ ବାଜରରେ ଭିଡ ଜମାଇଛନ୍ତି।
ରାତି ନ ପାଉଣୁ ବିଭିନ୍ନ ଆମିଷ୍ ଦୋକାନରେ ଭିଡ଼ ଦେଖିବାକୁ ମିଳିଥିଲା। କିଏ ମଟନ ପାଇଁ, ତ ଆଉ କିଏ ଚିକେନ ଦୋକାନରେ ଭିଡ଼ ଜମାଇଥିଲା। ସେହିପରି ମାଛ ମାର୍କେଟରେ ମଧ୍ୟ ପୁରା ଜାମ। ଗାଡି ମଟର ଯା ଆସ କରିବା ମୁସ୍କିଲ ହୋଇପଡ଼ିଥିଲା। ଯେମିତି ହେଉ ଆଜି ପାଟିରେ ଆମିଷ ଝୋଳ ଟିକକ ପାଟିରେ ବାଜିବ ସେ ଚିନ୍ତାରେ ସମସ୍ତେ । ମାସ ଯାକ ହବିଷାନ୍ନ ଖାଇ ସତେ ଯେପରି ପାଟିଟା ଟିକିଏ ହଡସିଆ ହୋଇ ଯାଇଥିଲା।ମାସ ଯାକ ପାଟିରେ ଟିକିଏ ମଟନ ଝୋଳ କି ଚିକେନ କଷା କି ମାଛ ବେସର ଟିକିଏ ବାଜି ନଥିଲା। ଛାଡ଼ଖାଇ ରେ ଯେମିତି ହେଲେ ଘରକୁ ଆମିଷ ଟିକିଏ ଯିବ। ଆଗରୁ ଘରଣୀ ଫରମାଇସ କରିଛନ୍ତି ।
ଲୋକଙ୍କ ଡିମାଣ୍ଡକୁ ଦେଖି ବ୍ୟବସାୟୀମାନେ ଖାସୀ, ଚିକେନ, ମାଛ ଆଦି ମହଯୁଦ ରଖିଥିଲେ। ତା ସାଙ୍ଗରେ ଚାହିଦା ଦେଖି ଦର ମଧ୍ୟ କଷି ଥିଲେ। ହେଲେ ଦରପ୍ରତି କାହାର ଖାତିର ନାହିଁ। ଯେତେ ଟଙ୍କା ପଡ଼ିଲେ ବି ଆଜି ଛାଡଖାଇ ରେ ଆର୍ମିଷ ପାଟିରେ ବାଜିବ । ଏହାର ଫାଇବା ଉଠାଇଥିଲେ ବେପାରୀ, ମାସେ ହେଲା ହାତ ବାନ୍ଧି କସିଥିଲେ। କାଂଭା ବେପାର ଟିକିଏ ହେଉଥିଲା । ଆଜି ଭଲ ବେପାର ହେଉଥିବାରୁ ଆମିଷ ବେପାରୀ ବେଶ ଖୁସି । ତେବେ ଆଜି ପରୀବା ମାର୍କେଟ ଖାଁ ଖାଁ ଲାଗିଥିଲା । ନିରାମିଷ୍ ଲୋକ ଙ୍କ ପନୀର ଓ ଛତୁ ନେଇ ଥିଲେ। ହେଲେ କାର୍ତ୍ତିକ ମାସରେ ମାସ ଯାକ ହବିଷ ବ୍ରତ କରି ନିଷ୍ଠାର ସହ ପୂଜାର୍ଚନା କରି ପରିବାରର ସୁଖସମୃଦ୍ଧି କାମନା କରୁଥିଲେ ହେଲେ ଆଜିର ଆମିଷବଜାରକୁ ଦେଖିଲା ପରେ ସତେ ଯେପରି ଆଖିପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା ପରି ମନେ ହେଉଥିଲା।
