ସରକାରୀ ବସ ଦୁର୍ଘଟଣାଗ୍ରସ୍ତ : ୨୫ ଆହତ, ୪ ଗୁରୁତର
ବାଙ୍ଗାଲୋର : କର୍ଣ୍ଣାଟକରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ତେବେ ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ତୁରନ୍ତ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଯେ, ରବିବାର ସନ୍ଧ୍ୟାରେ କେଏସଆରଟିସିର ଏକ ବସ ୪୫ରୁ ଅଧିକ ଯାତ୍ରୀଙ୍କୁ ନେଇ ମାଡିକେରୀରୁ ବାହାରିଥିଲା। ତେବେ କେଙ୍ଗେରୀ ପୋଲିସ ଷ୍ଟେସନ ପାଖରେ ବସଟି ଭାରସାମ୍ୟ ହରାଇଥିଲା । ଏହା ରାସ୍ତା କଡରେ ଥିବା ଏକ ଡିଭାଇଡର ଉପରେ ଚଢିଯାଇଥିଲା । ଫଳରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ କଣ ପାଇଁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ ସେନେଇ ତଦନ୍ତ ଚାଲିଥିବା ଓ୍ୱେଷ୍ଟ୍ ବେଙ୍ଗାଲୁରୁ ଡିସିପି ସଞ୍ଜିବ ପତି ସୂଚନା ଦେଇଛନ୍ତି ।
