କନ୍ନଡ ସିନେମାର ଭେଟେରାନ ଅଭିନେତା ରାଜେଶଙ୍କ ପରଲୋକ
ମୁମ୍ବାଇ : କନ୍ନଡ ସିନେମାର ଭେଟେରାନ ଅଭିନେତା ରାଜେଶଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା। ଭେଟେରାନ ଅଭିନେତା ରାଜେଶଙ୍କୁ କିଏ ବା ନ ଜାଣେ । ଶନିବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।
ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗ ଓ କିଡନୀ ଖରାପ ହୋଇଯାଇଥିବାରୁ ରାଜେଶଙ୍କୁ ଫେବୃଆରୀ ୯ରେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୦ ଦିନ ଧରି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିବା ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ,ରାଜେଶଙ୍କ ପ୍ରକୃତ ନାମ ହେଉଛି ବିଦ୍ୟାସାଗର । ୧୯୩୨ ଏପ୍ରିଲ ୧୫ରେ ବେଙ୍ଗାଲୁରର ଜନ୍ମ ଗ୍ରହଣ କରିଥିବା ରାଜେଶ କାଲା ଥପସ୍ବୀ ଭାବେ ବେଶ୍ ଜଣାଶୁଣା। ୬୦,୭୦ ଦଶକର ଭେଟେରାନ ଅଭିନେତା ରାଜେଶ ୧୫୦ରୁ ଊର୍ଦ୍ଧ୍ୱରୁ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୪ରେ କନ୍ନଡ ସାହିତ୍ୟ ପରିଷଦ ଦ୍ୱାରା ତାଙ୍କୁ ଡ.ରାଜକୁମାର ସାଂସ୍କୃତିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ରାଜେଶଙ୍କ ବାୟୋପିକ୍ର ନାମ ହେଉଛି ‘କାଲାଥାପସ୍ବୀ ରାଜେଶ ଆତ୍ମକଥା’।
