ଇନଷ୍ଟାଗ୍ରାମରେ ବୋଲ୍ଡ ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ କଙ୍ଗନା
ମୁମ୍ବାଇ : ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ବିବାଦୀୟ ଗାର୍ଲ କଙ୍ଗନା ରାଣୱତ ପୁଣି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । ପ୍ରାୟ ସମୟରେ ସେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ହେଉ କିମ୍ବା ଫିଲ୍ମ ଜଗତରେ ଆରମ୍ଭ ହୋଇଯାଏ ଚର୍ଚ୍ଚା। ହେଲେ ଏଥର କିନ୍ତୁ ଏସବୁଥିରୁ ଟିକିଏ ଅଲଗା। ଏଥର ସେ ନିଜେ ସେଆର କରିଥିବା କିଛି ଫଟୋକୁ ନେଇ ପୁଣି ସୃଷ୍ଟି ହୋଇଛି ହଇଚଇ।
ନିକଟରେ କଙ୍ଗନା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କୁ ବେଶ୍ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି ତାଙ୍କର ହଟ୍ ଫଟୋ। ହେଲେ କିଛି ୟୁଜର୍ସଙ୍କୁ କଙ୍ଗନାଙ୍କ ଏହି ହଟ୍ ଫଟୋ ପସନ୍ଦ ଆସିନି। ଏମିତି ଫଟୋ କେମିତି ଛାଡିଲେ କହି ତାଙ୍କୁ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଅଭିନେତ୍ରୀଙ୍କ ଏହି ଲୁକ୍କୁ କିଛି ୟୁଜର୍ସ ପସନ୍ଦ କରୁଥିବା ବେଳେ ଆଉ କିଛି କରିଛନ୍ତି ନାପସନ୍ଦ। ଜଣେ ୟୁଜର୍ସ କହିଛନ୍ତି, ପ୍ରାୟତଃ ପୋଷାକକୁ ନେଇ ସମସ୍ତଙ୍କୁ ପରାମର୍ଶ ଦେଉଥିବା କଙ୍ଗନା ନିଜେ କିପରି ଏଭଳି ପୋଷାକ ପିନ୍ଧି ପୋଜ୍ ଦେଇଛନ୍ତି । ଆଉ କିଛି ୟୁଜର୍ସ କହିଛନ୍ତି ଆପଣଙ୍କ ଠାରୁ ଏଭଳି ଆଶା ନଥିଲା। ଆପଣ ଏଭଳି ଅଶାଳୀନ ପୋଷାକ ପିନ୍ଧିବେ ବୋଲି ଆଶା କରିନଥିଲୁ। ସେହି ଭଳି ଆଉ ଜଣେ ଲେଖିଛନ୍ତି କି ଆପଣ ନିଜେ ଅନ୍ୟମାନଙ୍କୁ ପୋଷ୍ଟରେ ମତାମତ ଦିଅନ୍ତି, ଆପଣ ଏହି ଫଟୋ ଅପଲୋଡ କରିବା ବେଳେ ଟିକେ ଚିନ୍ତା କଲେନି କିପରି? ଅନ୍ୟ ଜଣେ ଲେଖିଛନ୍ତି, ନିଜକୁ ସନାତନ ଧର୍ମରେ ବିଶ୍ୱାସ ରଖୁଥିବା ଜଣେ ସଭ୍ୟ ମହିଳା ବୋଲି କହିଛନ୍ତି ତେବେ ଏ ସବୁ ପୁଣି କ’ଣ? ସେପଟେ ଟ୍ରୋଲ ହେବା ପରେ ୟୁଜର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ବଲିଉଡ କୁଇନ୍ କଙ୍ଗନା। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ପ୍ରାଚୀନ ଭାରତୀୟ ପୋଷାକ ପିନ୍ଧିଥିବା ଜଣେ ଯୁବତୀଙ୍କ ଫଟୋ ସେୟାର କରିଛନ୍ତି କଙ୍ଗନା ରାଣାୱତ। ସେ ଏଥିରେ ଲେଖିଛନ୍ତି, ‘ଯେଉଁମାନେ ମୋତେ ସନାତନ ଧର୍ମ ବିଷୟରେ ଜ୍ଞାନ ଦେଉଛନ୍ତି, ଦୟାକରି ବୁଝନ୍ତୁ ଯେ ଆପଣ ଅବ୍ରହାମଙ୍କ ପରି ଦେଖାଯାଉଛନ୍ତି।’ ପ୍ରକୃତରେ କଙ୍ଗନା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ସୂର୍ଯ୍ୟାସ୍ତ ସମୟର। ସେ ଏକ ନଦୀ କୂଳରେ ଠିଆ ହୋଇଛନ୍ତି। ଉକ୍ତ ଫଟୋରେ କଙ୍ଗନା ଧଳା ରଙ୍ଗର ଟ୍ରାନ୍ସପରେଣ୍ଟ ବ୍ରାଲେଟ ଟପ୍ ସହ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏଥିରେ କଙ୍ଗନାଙ୍କ ଲୁକ୍ ବେଶ୍ ବୋଲ୍ଡ ଲାଗୁଛି। ଏହି ଫଟୋକୁ ସେୟାର କରି କଙ୍ଗନା କ୍ୟାପସନ ଲେଖିଛନ୍ତି ‘ପ୍ରେମରେ ବଞ୍ଚିବା ମରିବାରେ କୌଣସି ପାର୍ଥକ୍ୟ ନଥାଏ, ତାକୁ ଦେଖି ବଞ୍ଚିବା ଯାହା ବିଶ୍ୱାସଘାତକ ଦେଖାଯାଏ।’
