ମୋଟର ଭେଇକିଲ ନିୟମ ଉଲଙ୍ଘନ ଅପରାଧରେ କନ୍ଧମାଳ ପୋଲିସ ୨୩ ଜଣଙ୍କ ଠାରୁ ଆଦାୟ କଲା ଜୋରିମାନା
କନ୍ଧମାଳ : ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୧୫୯ ଟି ଗାଡି ଚେକିଂ କରାଯାଇଛି । ଏହା ସହିତ ଗୋଟିଏ ଲୋକର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି ଓ ୨୩ ଜଣଙ୍କ ଠାରୁ ୧୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜିଲ୍ଲାରେ ୧ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହ ୪୧୫.୬ ଲିଟର ଗଂଜେଇ ଜବତ କରାଯାଇଛି ଓ ୨ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଅଛି । ମଦପାନ କରି ଗାଡି ଚଲାଉଥିବା ଅପରାଧରେ ଜିଲ୍ଲାରୁ କୌଣସି ଲୋକ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯାଇନାହିଁ ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
