ମୋଟର ଭେଇକିଲ ନିୟମ ଉଲଙ୍ଘନ ଅପରାଧରେ କନ୍ଧମାଳ ପୋଲିସ ୨୩ ଜଣଙ୍କ ଠାରୁ ଆଦାୟ କଲା ଜୋରିମାନା
କନ୍ଧମାଳ : ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୩୧୧ ଟି ଗାଡି ଚେକିଂ କରାଯିବା ସହିତ ଗୋଟିଏ ଲୋକର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି ଓ ୨୩ ଜଣଙ୍କ ଠାରୁ ୧୩ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଜିଲ୍ଲାରେ ୧ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି ଓ ୧ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଅଛି । ମଦପାନ କରି ଗାଡି ଚଲାଉଥିବା ଅପରାଧରେ ଜିଲ୍ଲାରୁ ଗୋଟିଏ ଲୋକ ବିରୋଧରୋ ତୁରନ୍ତ କାର୍ଯ୍ୟାନୁଷ୍ଟାନ ନିଆଯାଇଛି ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
