କମିଲା ସୁନା ଦର, ରୁପା ସ୍ଥିର : ଜାଣନ୍ତୁ କ’ଣ ରହିଛି ନୂଆ ରେଟ୍
ନୂଆଦିଲ୍ଲୀ: ସୁନା ମୂଲ୍ୟରେ ହ୍ରାସ ଘଟିଥିବାବେଳେ ରୁପା ଦର ସ୍ଥିର ରହିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ସୋମବାର ସୁନା ମୂଲ୍ୟରେ ୮୧୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ମଙ୍ଗଳବାର ଦେଶରେ ୨୪ କ୍ୟାରେଟ ୧୦୦ ଗ୍ରାମ ସୁନା ଦରରେ ୪୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୪୭,୯୯୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଏହାର ମୂଲ୍ୟ ୪୮,୦୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୪୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୯୯୦ ଟଙ୍କାରେ ପହଞ୍ଚିଛି । ସୋମବାର ଏହାର ମୂଲ୍ୟ ୪୭,୦୩୦ ଟଙ୍କା ଥିଲା । ସେପେଟ ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ସୋମବାର ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ମଙ୍ଗଳବାର ରୁପା ଦର ସ୍ଥିର ରହିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୮୦୦ ଟଙ୍କା ରହିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୮୦ ଟଙ୍କା ରହିଛି । ଯାହା ସୋମବାର ୬,୪୮୦ ଟଙ୍କା ଥିଲା ।
ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ସୋମବାର ଭୁବନେଶ୍ୱରରେ ସୁନା ଦରରେ ୧୪୨୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ମଙ୍ଗଳବାର ୧୦ ଗ୍ରାମ ସୁନା ଦରରେ ୨୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୫୦,୬୨୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୨୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୨୭୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଏହାର ମୂଲ୍ୟ ୪୫,୪୯୦ ଟଙ୍କା ଥିଲା । ସେହିପରି ଭୁବନେଶ୍ୱରରେ ରୁପା ମୂଲ୍ୟ ସ୍ଥିର ରହିଛି । ସୋମବାର ରାଜଧାନୀରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ମଙ୍ଗଳବାର ରୁପା ଦର ସ୍ଥିର ରହିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୮୦୦ ଟଙ୍କା ରହିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୮୦ ଟଙ୍କା ରହିଛି । ଯାହା ସୋମବାର ୬,୪୮୦ ଟଙ୍କା ଥିଲା ।
