କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା କଲ୍ୟାଣି ମିଶ୍ରଙ୍କ ହିଞ୍ଜିଳି ବ୍ଲକ ସାରୁ ପଞ୍ଚାୟତ ପରିଦର୍ଶନ
ହିଞ୍ଜିଳିକାଟୁ : କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ଶ୍ରୀମତୀ କଲ୍ୟାଣି ମିଶ୍ର ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସାରୁ ପଞ୍ଚାୟତ ପରିଦର୍ଶନରେ ଆସିଥିଲେ । ଉକ୍ତ ପରିଦର୍ଶନ ସମୟରେ ଶ୍ରୀମତୀ ମିଶ୍ର ସାରୁ ପଞ୍ଚାୟତ ର ରୂପନ୍ତରିକରଣ ହାଇସ୍କୂଲ ପରିଦର୍ଶନ କରିବା ସହ ଛାତ୍ର ମାନଙ୍କ ସହ ଶିକ୍ଷା ଉପରେ ଭାବର ଆଦାନ ପ୍ରଦାନ କରିଥିଲେ, ଏଥିସହ ମନରେଗା ରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଉପରୋକ୍ତ ପ୍ରକଳ୍ପ ଉପରେ ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଏପିଓ ଦଣ୍ଡପାଣି ଦାସ,ସହକାରୀ ପ୍ରକଳ୍ପ ନିର୍ଦେଶକ(ଗ୍ରାମୀଣ ଗୃହ ବିଭାଗ) ସୌମ୍ୟ ରଞ୍ଜନ ହୋତା,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ରାଓ,ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର,ସରପଞ୍ଚ ରମା ଦାସ ଙ୍କ ସମେତ ଗ୍ରାମର ପ୍ରମୁଖ ବ୍ୟକ୍ତି ପରିଦର୍ଶନ ରେ ଅଂଶ ଗ୍ରହଣ କରିଥିଲେ ।
