କାଦମ୍ବରୀ-ବ୍ରଜମୋହନ ମେଧା ସମ୍ମାନ ବିତରଣ ଉତ୍ସବ
ବାଲିଆପାଳ : ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ କାଦମ୍ବରୀ-ବ୍ରଜମୋହନ ମେଧା ସମ୍ମାନ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ପ୍ରଧାନ ପୌରହିତ୍ୟ କରିବା ସହିତ ମେଧା ସମ୍ମାନର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ।ଅତିଥି ଭାବରେ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଲିପିକା ଜାନା ,ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଦିବ୍ୟ ଇନ୍ଦୁ ଗିରି ,ମେଧା ସମ୍ମାନର ପୃଷ୍ଟ ପୋଷାକ ସଞ୍ଜୟ କୁମାର ଦେ ,ତାଙ୍କ ଧର୍ମ ପତ୍ନୀ ନିବେଦିତା ଦେ ପ୍ରମୁଖ ଯୋଗ ଦେଇ ସମ୍ମାନର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।ଗଣିତ ବିଭାଗ ମୁଖ୍ୟ ବରିଷ୍ଠ ଅଧ୍ୟାପକ ଡକ୍ଟର ସୁକାନ୍ତ ଗିରି ଅତିଥି ପରିଚୟ ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ ମଞ୍ଚ ଆହ୍ୱାନ କରିଥିଲେ।ଯୁକ୍ତ ଦୁଇ କଳା ଓ ବିଜ୍ଞାନର ଦୁଇଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇ ଥିଲା।ସେହିପରି ଯୁକ୍ତ ତିନି କଳା ଓ ବିଜ୍ଞାନ ବିଭାଗରେ ଭିନ୍ନ ଭିନ୍ନ ଅନର୍ସ(ସମ୍ମାନ)ରେ ସର୍ବାଧିକ ନମ୍ବର ରଖି ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ -ସମ୍ବର୍ଦ୍ଧିତ କରାଯାଇଥିଲା।ଅଧ୍ୟାପକ ଆଶୁତୋଷ ଯତି ,ଗୌତମ ସେନ ହାଁସଦା , ଅଜିତ ଭୂୟାଁ, ନଗେନ୍ଦ୍ର ପାତ୍ର, ତାପସ ତନୟ ନନ୍ଦୀ,ବଂଶୀଧର ନାୟକ,ଦେବେନ୍ଦ୍ର ସେଠୀ, ପରମାନନ୍ଦ ମହାନ୍ତି, ଦେବାଶିଷ ଷଡ଼ଙ୍ଗୀ, ସଂଗ୍ରାମ ନାୟକ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ଡକ୍ଟର ଶିବ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
