ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷା ହେଲେ ଜ୍ୟୋତ୍ସ୍ନା ସେନାପତି
ବାଲେଶ୍ୱର : ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ପୂର୍ବରୁ ବାଲେଶ୍ୱର ଜିଲାର କଂଗ୍ରେସ ନେତ୍ରୀ ଜ୍ୟୋତ୍ସ୍ନା ସେନାପତିଙ୍କୁ ରାଜ୍ୟ ଉପାଧ୍ୟକ୍ଷା ଭାବେ ମନୋନୀତ କରିଥିଲେ । ଏହି ପରିପ୍ରେକ୍ଷୀରେ ଗତ ୧୭ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ ସିଂ ଶ୍ରୀମତୀ ସେନାପତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ତେଣୁ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ବାଲେଶ୍ୱର ଜିଲା କମିଟି ତରଫରୁ ରାଜ୍ୟ ଉପାଧ୍ୟକ୍ଷା ଶ୍ରୀମତୀ ସେନାପତିଙ୍କୁ ହାର୍ଦ୍ଧିକ ଅଭିନନ୍ଦନ, ଶୁଭେଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି । ଏଥିସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ ସିଂ, ରାଜ୍ୟ ଅଧ୍ୟକ୍ଷ ଶ୍ରୀ ମହାନ୍ତି, ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
