ଜୁନିୟର ପୁରୁଷ ହକି ବିଶ୍ୱକପ : ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ହରାଇଲା ଜର୍ମାନୀ
ଭୁବନେଶ୍ୱର : ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକିର ମହାକୁମ୍ଭ ଆରମ୍ଭ ହୋଇଛି । ମ୍ୟାଚର ପ୍ରଥମ ଦିନରେ ୨ଟି ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମ ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବେଲଜିୟମ ୫-୧ ଗୋଲରେ ପରାସ୍ତ କରି ଥିବାବେଳେ ଦ୍ୱିତୀୟ ମ୍ୟାଚରେ ୫-୨ଗୋଲରେ ପାକିସ୍ତାନକୁ ହରାଇଛି ଜର୍ମାନୀ ।
ଜର୍ମାନୀର ଡକ୍ସଚର ରୋବର୍ଟ ୨ଟି ଗୋଲ ସ୍କୋର କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ପରବର୍ତ୍ତୀ ମ୍ୟାଚ ବା ଆଜିର ତୃତୀୟ ମ୍ୟାଚ ପୋଲାଣ୍ଡ ଏବଂ କାନାଡ଼ା ମଧ୍ୟରେ ଖେଳାଯିବ । ସନ୍ଧ୍ୟା ୭ ଟା ୩୦ରେ ଭାରତ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ । ଭାରତର ଭଲ ପ୍ରଦର୍ଶନ ପାଇଁ ସମସ୍ତେ ଆଶା ରଖିଛନ୍ତି ।
