ଜୁନିଅର ହକି ବିଶ୍ୱକପ : ଜର୍ମାନୀକୁ ୨-୪ ଗୋଲ୍ରେ ହରାଇ ଆର୍ଜେଣ୍ଟିନା ଚାମ୍ପିଅନ
ଭୁବନେଶ୍ବର: ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ର ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଆର୍ଜେଣ୍ଟିନା । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଜର୍ମାନୀକୁ ୨-୪ ଗୋଲ୍ରେ ହରାଇ ବିଶ୍ବବିଜେତା ହୋଇଛି ଆର୍ଜେଣ୍ଟିନା ।
ଆର୍ଜେଣ୍ଟିନାର ଫରୱାର୍ଡ ଲାଉଟାରୋ ଡେମେନେ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ । ହ୍ୟା-ଟ୍ରିକ୍ ଗୋଲ୍ ସ୍କୋର କରି ଟିମକୁ ଟ୍ରଫି ବିଜେତା କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଅନ୍ୟପଟେ ଆଗୋଷ୍ଟିନି ମ୍ୟାଚ୍ର ଶେଷ ଭାଗରେ ଗୋଲ୍ କରିବା ସହ ବିଜୟ ସୁନିଶ୍ଚିତ କରିଥିଲେ । ଜର୍ମାନୀ ପକ୍ଷରୁ ହେୟନର ଓ ଫଣ୍ଡତ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ମାତ୍ର ଏହା ଆର୍ଜେଣ୍ଟିନାକୁ ଫାଇନାଲ ବିଜୟରୁ ରୋକିବାକୁ ଯଥେଷ୍ଟ ହୋଇନଥିଲା । ପୂର୍ବରୁ ଭାରତୀୟ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍ରେ ଫ୍ରାନ୍ସ ଠାରୁ ୧-୩ ଗୋଲ୍ରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।
