ବିଚାରପତି ସୁବାସ କୁମାର ବିହାରୀଙ୍କ ସ୍ମୃତି ସଭା ନିଜ ପ୍ରତି ଅବିଚାର କଲେ ବିଚାରପତି
ଯାଜପୁର : ଅଳ୍ପ ଦିନ ଚାକିିରି ଭିତରେ ଅନେକ କିଛି ଅଭିଜ୍ଞତା ହାସଲ କରିଥିଲେ । ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ପଂଳରେ ସେ ରାଜ୍ୟର ଜଣେ ପରିଚିତ ବିଚାରପତି ହୋଇପାରିଥିଲେ । ନିଜର ମେଧାଶକ୍ତି ବଳରେ ଅନେକ ଅଭିଜ୍ଞ ମାନଙ୍କୁ ପଛରେ ପକାଇଦେଥିଲେ । ବିଶେଷକରି ଜଣେ ହୃଦୟବାନ ,ସମାଜବାଦୀ ଚିନ୍ତାଧାରା ବ୍ୟକ୍ତି ଭାବେ ସବୁବେଳେ ସମସ୍ତଙ୍କୁ ଉଚିତ ବିଚାର ଦେଉଥିବା ଜଣେ ବିଚାରପତି କାହିଁକି ଏବଂ କିପରି ନିଜ ପ୍ରତି ଅବିଚାର କଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । କଟକ ପୋକସୋ ଅଦାଲତର ବିଚାରପତି ସୁବାସ କୁମାର ବିହାରୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତର ଶେଷଦେବ ବାସନ୍ତୀ ହାଇସ୍କୁଲ ପରିସରରେ ଆୟୋଜିତ ସ୍ମତି ସଭାରେ ଯୋଗଦେଇ ବକ୍ତାମାନେ ଉପରୋକ୍ତ ପ୍ରଶ୍ନ ପଚାରିଛନ୍ତି । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ସ୍ମୃତିସଭା ପ୍ରିୟ ଶିକ୍ଷକ ସୁରେନ୍ଦ୍ର କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ମାନବାଧିକାର କମିଶନର ବିଚାରପତି ଅସିମ ଅମିତାଭ ଦାସ,ସିପିଆଇଏମ ନେତା ସନ୍ତୋଷ କୁମାର ଦାସ,ବିରଷ୍ଠ ଆଇନଜିବି ନାରାୟଣ ଧୀର,ହାଇକୋର୍ଟର ଆଇନଜିବି ଶଶିଭୂଷଣ ଦାସ,ଦିବ୍ୟସିଂହ ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିହାରୀଙ୍କ ବ୍ୟକ୍ତିତ୍ୱ ଓ ମେଧାଶକ୍ତିର ପ୍ରଶଂସା କରିଥିଲେ । ଅଳ୍ପ କମ ଦିନରେ ସେ ଯେଉଁ ଦେୱାନି ମାମଲାର ବିଚାର କରି ଅନେକ ଦୃଷ୍ଟାନ୍ତ ମୂଳକ ରାୟ ପ୍ରଦାନ କରିଥିବା ସୂଚନା ଦେଇଥିଲେ । ଏଭଳି ବିଚାରପତି ଭାରତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ଆର୍ଶିବାଦ ସଦୃଶ ଥିଲେ କିନ୍ତୁ ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁବେଳେ ସମାଜବାଦୀ ଚିନ୍ତାରେ ବାଟ ଚାଲି ସମସ୍ତଙ୍କୁ ଉଚିତ ବିଚାର ଦେଉଥିବା ବିଚାରପତି ଯେ ନିଜ ପ୍ରତି କାହିଁକି ଅବିଚାର କଲେ ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ଏହି ସ୍ମୃତି ସଭାରେ ସ୍ୱର୍ଗତ ବିହାରୀଙ୍କ ଅନେକ ସହକର୍ମୀ,ବନ୍ଧୁ,ଆଇନଜିବି,ବୁଦ୍ଧିଜିବି ଯୋଗ ଦେଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ସ୍ମୃତିସଭା ଆରମ୍ଭରୁ ଆଇନଜିବି ସମରେନ୍ଦ୍ର ଦାସ,ଶଶିଭୂଷଣ ପଣ୍ଡା,ଡଃ ରବିନାରାୟଣ ସେନାପତି,ରାକେଶ ନାୟକ,ଶ୍ରମିକ ନେତା ପ୍ରପୁଂଳ୍ଲ ନାୟକ,ରାକେଶ ସାହୁ,ପ୍ରପୁଂଳ୍ଲ ପାଢ଼ି,ଶୁଭ୍ରାଂଶୁ ରାୟ,ଗୁରୁପସନ୍ନ ଦାସ,ସୁବୋଧ ରାୟ,ରବିନାରାୟଣ ସାହୁ,କୈଳାସ ପହୀ,ସୁଧାକର ଧଳ,ନରେନ୍ଦ୍ର ଘଡାଇ,ଉପେନ୍ଦ୍ର ଯେନା,ରଂଜନ ନାୟକ,ଡଃ ନିର୍ମଳ ରଥ,ଗଣେଷ ସାହୁ,ସୁବାସ କୁମାର ସାହୁ,ରତିକାନ୍ତ ରାୟ,ଧିରେଶ କୁମାର ଦାସ,ମିର ମୁରସିଦ ଅଲ୍ଲି,ଶିଶିର ବିହାରୀ,ଗୀତାରାଣୀ ପଣ୍ଡା,ସୁଚିସ୍ମିତା ପାଣିଗ୍ରାହୀ ପ୍ରମୁଖ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
