ଆଇପିଏଲରେ ପ୍ରଥମଥର ପାଇଁ ବିକ୍ରି ହେଲେ ଜୋଶୁଆ ଲିଟିଲ, ଗୁଜୁରାଟ ଟାଇଟାନ୍ସ କଲା ମାଲାମାଲ୍
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ପାଇଁ ଅକ୍ସନ ଶେଷ ହୋଇସାରିଛି । ବେନ୍ ଷ୍ଟୋକ୍ସ, ସାମ୍ କୁରାନ୍ ଏବଂ କ୍ୟାମେରନ୍ ଗ୍ରୀନ୍ ଉପରେ ପ୍ରବଳ ଟଙ୍କା ବର୍ଷା ହୋଇଛି । ଏଥି ସହିତ ବରୁଣ ଆରୋନଙ୍କ ପରି ଦିଗ୍ଗଜ ଖେଳାଳି ଅକ୍ସନରେ ବିକ୍ରି ହୋଇପାରି ନାହିଁ, ଯେଉଁଥିପାଇଁ ସେମାନେ ନିରାଶ ହୋଇଛନ୍ତି । ଏଥର ଆଇପିଏଲ ଅକ୍ସନରେ ପ୍ରଥମ ଥର ପାଇଁ ଆୟର୍ଲାଣ୍ଡର ଜଣେ ଷ୍ଟାର୍ ଖେଳାଳି ବିକ୍ରି ହୋଇଛି । ଏହି ଖେଳାଳି ବହୁତ ଭଲ ଫର୍ମରେ ଚାଲିଛି । ଏହି ଖେଳାଳି ଟି-୨୦ ବିଶ୍ୱକପ ୨୦୨୨ ରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ…
ଆୟର୍ଲାଣ୍ଡର ଷ୍ଟାର୍ ଖେଳାଳି ଜୋଶୁଆ ଲିଟିଲ ଇତିହାସ ସୃଷ୍ଟି କରିଛନ୍ତି । ଜୋଶୁଆ ଲିଟିଲ ଆଇରଲ୍ୟାଣ୍ଡର ପ୍ରଥମ ଖେଳାଳି ଯିଏକି ଆଇପିଏଲ ଅକ୍ସନରେ ବିକ୍ରି ହୋଇଛି । ଆଇପିଏଲ୍ ୨୦୨୩ ଅକ୍ସନରେ ତାଙ୍କୁ ବର୍ତ୍ତମାନର ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଦଳ ୪.୪୦ କୋଟି ଟଙ୍କାରେ କିଣିଛି । ଜୋଶୁଆ ଲିଟିଲଙ୍କର ବେସ୍ ପ୍ରାଇସ୍ ମୂଲ୍ୟ ମାତ୍ର ୫୦ ଲକ୍ଷ ଟଙ୍କା ଥିଲା । ଆଇପିଏଲ୍ ୨୦୨୨ରେ ଜୋଶୁଆ ଲିଟିଲ୍ ସିଏସକେ ସହିତ ଜଣେ ନେଟ୍ ବୋଲର ଭାବରେ ସାମିଲ ହୋଇଥିଲେ । କିନ୍ତୁ ଜୋଶୁଆ ଲିଟିଲ ଖେଳିବାର ସୁଯୋଗ ପାଇ ନଥିଲେ ।
ଜୋଶୁଆ ଲିଟିଲ୍ ଟି-୨୦ ବିଶ୍ୱକପ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ । ଜୋଶୁଆ ଲିଟିଲ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ମଧ୍ୟ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇଥିଲେ । ଜୋଶୁଆ ଲିଟିଲ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ । ଏଥି ସହିତ ଜୋଶୁଆ ଲିଟିଲ୍ ଟି-20 ବିଶ୍ୱକପ ୨୦୨୨ରେ ମୋଟ ୧୧ଟି ୱିକେଟ୍ ନେଇଥିଲେ । ଜୋଶୁଆ ଲିଟିଲ୍ ଧୀର ଗତିରେ ବଲିଂ କରି ୱିକେଟ୍ ନେବାର ଜଣେ ପାରଦର୍ଶୀ ଖେଳାଳି ।
ଜୋଶୁଆ ଲିଟିଲ୍ ନିଜେ ଆୟର୍ଲାଣ୍ଡ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ଏହି ୨୩ ବର୍ଷୀୟ ଖେଳାଳି ଉତ୍କୃଷ୍ଟ ବୋଲିଂ ଆଧାରରେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଜୋଶୁଆ ଲିଟିଲ ଏପର୍ଯ୍ୟନ୍ତ ଆୟର୍ଲାଣ୍ଡ ପାଇଁ ୨୨ଟି ଦିନିକିଆରେ ୩୩ ୱିକେଟ୍ ନେଇଥିବାବେଳେ ୫୩ଟି ଟି-20 ଇଣ୍ଟରନ୍ୟାସନାଲରେ ୬୨ ୱିକେଟ୍ ନେଇଛନ୍ତି ।
