କେନ୍ଦ୍ରାପଡାରେ ନୂତନ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଯୋଗଦାନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ନୂତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ଚନ୍ଦ୍ର ଶେଖର ମହାରଣା ଯୋଗଦେଇଛନ୍ତି । ଏଠାରେ ଯୋଗଦେବା ପରେ ଶ୍ରୀ ମହାରଣାଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହା ପୂର୍ବରୁ ଶ୍ରୀ ମହାରଣା ଢେଙ୍କାନାଳ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଦୀର୍ଘବର୍ଷ ଧରି ଏଠାରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦବୀ ଟି ଖାଲି ପଡିଥିଲା ।
