ନୀଳଗିରିରେ ଜୀଓ ନେଟ୍ୱାର୍କ ଦୁର୍ବଳ, ଗ୍ରାହକ ଡହଳ ବିକଳ
ନୀଳଗିରି : କିଛି ମାସ ଧରି ନୀଳଗିରିରେ ଜିଓ ନେଟ୍ୱାର୍କ ଦୁର୍ବଳ ହେଇଥିବାରୁ ଗ୍ରାହକମାନେ ଡହଳବିକଳ ହେଉଛନ୍ତି । ଜିଓ ଇଣ୍ଟରନେଟ କୁ ନୀଳଗିରି ରେ ନବେ ପ୍ରତିଶତ ଗ୍ରାହକ ବ୍ୟବହାର କରିଆସୁଛନ୍ତି । ମାତ୍ର କିଛିଦିନ ଧରି ଜିଓ ନେଟ୍ୱାର୍କ ଆସୁ ନ ଥିବା ବେଳେ କଲ ମଧ୍ୟ ଯାଉ ନାର୍ହି । ଫଳରେ ଜିଓ ଉପଭୋକ୍ତାମାନଙ୍କ ଠାରୁ କୋଟି କୋଟି ଟଙ୍କା ହରିଲୁଟ କରିଚାଲିଛି ଜିଓ କମ୍ପାନୀ । ଏଥିପ୍ରତି ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ନ ଦେବା ଦୁଃଖ ଓ ପରିତାପର ବିଷୟ । ଏପରିକି ଜରୁରୀ ପରିସ୍ଥିତିରେ ଜିଓ ସିମ୍ରୁ ଅନ୍ୟ ମୋବାଇଲକୁ ଫୋନ୍ ଯାଉ ନ ଥିବାର ଅଭିଯୋଗ ହେଉଛି । ମାତ୍ର ସଂପୃକ୍ତ କମ୍ପାନୀ ନେଟ୍ୱାର୍କ ଦୁର୍ବଳ କରି ଉପଭୋକ୍ତାମାନଙ୍କୁ ଚୁକ୍ତି ଅନୁସାରେ ଉପଯୁକ୍ତ ସେବା ନ ଦେଲେ ଆଗାମୀ ଦିନରେ ନୀଳଗିରି ବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
