ଜିଓ ଆଣୁଛି ଶସ୍ତା ଲାପଟପ୍ ଜିଓବୁକ୍! ଅନଲାଇନ୍ ବିବରଣୀ ଲିକ୍, ଜାଣନ୍ତୁ ଏହାର ଫିଚର୍ ଓ ଦାମ୍
ମୁମ୍ବାଇ : ମୋବାଇଲ୍ ନେଟୱାର୍କ, ସିମ୍ ବ୍ରାଣ୍ଡ ଭାବରେ ରିଲାଏନ୍ସ ଜିଓ ବଜାରକୁ ପ୍ରବେଶ କରିଥିଲା। ଏବେ କମ୍ପାନୀ ଲାପଟପ୍ ସହିତ ଭାରତୀୟ ବଜାରକୁ ହୁଲୁସ୍ତୁଲୁ କରିବାକୁ ଯାଉଛି। ଖୁବଶୀଘ୍ର ଜିଓ ତାର ଶସ୍ତା ଲାପଟପ୍ ଜିଓବୁକ୍ ଲଞ୍ଚ କରିବ। ଯାହାର ଫିଚର ଓ ଦାମ୍ ଅନଲାଇନରେ ଲିକ୍ ହୋଇଛି।
ନିକଟରେ ଜିଓ ଏହାର ନୂଆ ସ୍ମାର୍ଟଫୋନକୁ ବଜାରରେ ଲଞ୍ଚ କରିଛି। ବର୍ତ୍ତମାନ ଜିଓବୁକ ନାମରେ କମ୍ପାନୀ ଏହାର ନୂଆ ଲାପଟପ୍ ଲଞ୍ଚ କରିବାକୁ ଯାଉଛି। ଏହି ଲାପଟପର ଅନଲାଇନ୍ ବିବରଣୀ ଅନେକ ସ୍ଥାନରେ ଲିକ୍ ହୋଇଛି। ବର୍ତ୍ତମାନ ଖବର ମଧ୍ୟ ଆସୁଛି ଯେ ଏହି ଲାପଟପର ହାର୍ଡୱେରକୁ ମଧ୍ୟ ମଞ୍ଜୁରୀ ମିଳିଯାଇଛି।
‘ଜିଓବୁକ’ର ଫିଚର :
ଅନେକ ଅନଲାଇନ୍ ରିପୋର୍ଟ ଅନୁଯାୟୀ, ଉପଭୋକ୍ତାମାନେ ଜିଓର ନୂଆ ଲାପଟପ୍ ‘ଜିଓବୁକ’ରେ Windows 10 ସହିତ ଏଆରମ୍ ପ୍ରୋସେସର୍ ପାଇପାରିବେ।
MediaTek MT8788 ଚିପସେଟରେ ଅପରେଟ୍ ହେବ।
2 GB RAM ପର୍ଯ୍ୟନ୍ତ RAM ପାଇପାରିବେ।
ଏହା ମଧ୍ୟ ଆଶା କରାଯାଉଛି ଯେ ଏହି ଲାପଟପ୍ Android 11 OS ଉପଲବ୍ଧ ହୋଇପାରେ।
32GB eMMC 5.1 ଷ୍ଟୋରେଜ୍ ଅପ୍ସନ୍ ମଧ୍ୟ ଦିଆଯାଇପାରେ।
ଏହି ଲାପଟପ୍ ରେ ଉପଭୋକ୍ତାଙ୍କୁ Mini- HDMI କନେକ୍ଟର, ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ ଏବଂ 4G ନେଟୱର୍କ କନେକ୍ଟିଭିଟି ବିକଳ୍ପ ଦିଆଯାଇପାରିବ।
ଏହା ବ୍ୟତୀତ JioStore, JioMeet, JioPages ଭଳି Apps ମିଳିପାରିବ।
ରିଲାଏନ୍ସ ବଜାରରେ ଶସ୍ତା ଜିଓ ଫୋନ୍ ଏବଂ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଲାପଟପ୍ କ୍ଷେତ୍ରରେ ମଧ୍ୟ ସମାନ ରଣନୀତି ଉପରେ କମ୍ପାନୀ କାମ କରିପାରିବ। ତେଣୁ ବଜାରରେ ‘ଜିଓବୁକ’ର ଖୁବ୍ କମ୍ ମୂଲ୍ୟରେ ଲଞ୍ଚ ହୋଇପାରେ। କମ୍ ମୂଲ୍ୟ ହେତୁ ବଜାରରେ ଏହାର ଚାହିଦା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଜିଓ ଲାପଟପର ମୂଲ୍ୟ ଜିଓଫୋନ ଭଳି ବହୁତ କମ୍ ହୋଇପାରେ ବୋଲି ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି।
