ଭିଜିଲାନ୍ସ ଜାଲରେ ଝରିଗାଁ ସିଡିପିଓ
ଭବାନୀପାଟଣା : ଭିଜିଲାନ୍ସ ଜାଲରେ ସିଡିପିଓ। ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଝରିଗାଁ ସିଡିପିଓ ସୁଷମା ପ୍ରସାଦଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ। ସିଡିପିଓ କଳାହାଣ୍ଡି ଭବାନୀପାଟଣା ରିରିଗେସନ କଲୋନୀ ଲେନ ନଂ ୧୫ ରେ ରହୁଥିବା ବେଳେ ଭିଜିଲାନ୍ସ ବିଭାଗ ଚଢାଉ କରି ତାଙ୍କୁ ଗିରଫ କରିଛି।
ସୂଚନା ଯେ, ୨୦୨୧ ଜାନୁଆରୀ ଓ ଅଗଷ୍ଟ ମାସରେ କିଛି ଅଙ୍ଗନବାଡି କେନ୍ଦ୍ରର ଶିଶୁଙ୍କ ଡ୍ରେସ ପାଇଁ ୨ ଲକ୍ଷ ୧୧ ହଜାର ୨୫୦ ଟଙ୍କା ଅନୁଦାନ ଆସିଥିଲା। ଅନୁଦାନ ଟଙ୍କାରେ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଡ୍ରେସ ପିଛା ୧୦ ପ୍ରତିଶତ ଓ ସୁଇଟର ପିଛା ୩୦ ପ୍ରତିଶତ ଲାଞ୍ଚ ମାଗିଥିଲେ ସିଡିପିଓ। ଏନେଇ ଅଙ୍ଗନବାଡି କର୍ମୀ ରଞ୍ଜିତା ନାୟକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ତେବେ ଗତାକଲି ରଞ୍ଜିତା ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗ ଚାଢ଼ାଉ କରି ସିଡିପିଓ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଟଙ୍କା ଜବତ କରିଥିଲା। ଏହାସହ ଭବାନୀପାଟଣା ରେ ଥିବା ତାଙ୍କ ବାସଭବନରେ ଚାଢ଼ାଉ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ।
