ଝୋଟିଶ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମାଲେସିଆ ନୀଳରକ୍ତ କଙ୍କଡାର ଗବେଷକ ଡ. ବ୍ରେନ୍
ବାଲେଶ୍ଵର : ବାଲେଶ୍ଵରକୁ ଆସିଥିବା ମାଲେସିଆର ଆନ୍ତର୍ଜାତିକ ନୀଳରକ୍ତ ଗବେଷକ ଡ ବ୍ରାଏନ ଚଳିତ ବର୍ଷ ଝୋଟି ମହୋତ୍ସବରେ ୧୫୦ରୁ ଊର୍ଦ୍ଧ୍ଵ ଝୋଟିଶିଳ୍ପୀ ମଧ୍ୟରେ ନୀଳରକ୍ତ କଙ୍କଡା ସୁରକ୍ଷା ବାର୍ତ୍ତା ଦେଇ ଶ୍ରେଷ୍ଠ ବିବେଚିତ ହୋଇ ଶାନ୍ତିଲତା ଦାସ ଝୋଟିଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ନୀଳରକ୍ତ କଙ୍କଡା କଞ୍ଜର୍ଭନିଷ୍ଟ ଉପାସନା ପଟ୍ଟନାୟକଙ୍କୁ ନୋସି ବିଜିନେସ ପାର୍କର ଏକ୍ସପୋ ହଲର ୭୧ ନଂ ଷ୍ଟଲରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ଡ ବ୍ରାଏନ ବାଲେଶ୍ଵରର ନୀଳରକ୍ତ କଙ୍କଡା ବିଷୟରେ ଆଲୋକପାତ କରି କହିଲେ ଭାରତର ବାଲେଶ୍ଵର ନୀଳରକ୍ତ କଙ୍କଡା ସୁରକ୍ଷା ପାଇଁ ଗବେଷକ, ସଂଗଠକ, ସୁରକ୍ଷା କର୍ମୀ ଓ ସ୍ବେଛାସେବୀମାନେ ଜନସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମାନ ଦୀର୍ଘ ବର୍ଷ କରିଆସୁଛନ୍ତି । ବିଶେଷ କରି ନୀଳରକ୍ତ କଙ୍କଡା ସୁରକ୍ଷା ଓ ଜନସଚେତନତା ପାଇଁ ଏକ ସାଂସ୍କୃତିକ ଜାଗରଣ ସୃଷ୍ଟି କରିପାରିଛନ୍ତି । ବିଶ୍ବ ନୀଳରକ୍ତ କଙ୍କଡା ସୁରକ୍ଷାରେ ଏକ ଉଦାହରଣ । ଏହା ଅନ୍ୟ କେଉଁ ଦେଶରେ ଦେଖାଯାଏ ନାହିଁ । ନୀଳରକ୍ତ ସୁରକ୍ଷା ମଞ୍ଚର ଡ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, ଡ ସିଦ୍ଧାର୍ଥ ପତି, ସୁଧାକର ସେଠୀ, ଦେବାଶିଷ ପତି, ଉଷାରଣୀ ଦାସ, ଗୋବିନ୍ଦ ଦଲାଇ ପ୍ରମୁଖ ଉପସ୍ଥିତ ଥିଲେ । ଶିଳ୍ପୀ କେଶୁଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ କନକଲତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।
