ଡିସେମ୍ବର ୧୫ରେ ଝୋଟି ଚିତା ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ପୋଲିସ ଲାଇନ୍ ପଡ଼ିଆ ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ପରିସରରେ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ବାଲେଶ୍ୱର ପକ୍ଷରୁ ଝୋଟି ଚିତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଅଞ୍ଜଳି ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଆସନ୍ତା ଡିସେମ୍ବର ୧୫ ତାରିଖରେ ଏହି ପ୍ରତିଯୋଗୀତା ବାମପଦା ସ୍ଥିତ ନୋସି ବିଜିନେସ୍ ପାର୍କରେ ହେବାର ବୈଠକରେ ନିଷ୍ପତ୍ତି ହୋଇଛି । ଅଧିକ ସଂଖ୍ୟକ ମହିଳା ପ୍ରତିଯୋଗୀ ଯୋଗଦେବା ପାଇଁ ଧ୍ୟାନ ଦିଆଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ବୈଠକରେ ଉପଦେଷ୍ଟା କେଶୁ ଦାସ, ସଦସ୍ୟ ସୁଧାକର ସେଠୀ, ସୁଦର୍ଶନ ଜେନା, ବସନ୍ତ ବେହେରା, ସଦସ୍ୟା ଶୈଳବାଳା ବେହେରା, ଜୟଶ୍ରୀ ସାହୁ, ରାଜଲକ୍ଷ୍ମୀ ଚାଟାର୍ଜୀ, ଅପର୍ଣ୍ଣା ପରିଡ଼ା, ବିନତି ବାରିକ, ସୁନମଣି ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ମତାମତ ରଖିଥିଲେ ।
