ସିନିୟର ହକି ଆନ୍ତଃ ଜିଲ୍ଳା ପ୍ରତିଯୋଗିତାରେ ଝାରସୁଗୁଡା ପ୍ରରାସ୍ତ ହେଲେ ମଧ୍ୟ ଦର୍ଶକ ପ୍ରଶଂସା କଲେ ।
ଝାରସୁଗୁଡ଼ା : ପ୍ରଥମ ଥର ସିନିୟର, ଆନ୍ତଃ ଜିଲ୍ଳା ହକି ପ୍ରତିଯୋଗିତ ରେ ଭାଗ ନେଇଥିବା ଝାରସୁଗୁଡା ଗତକାଲି ପ୍ରଥମ ମ୍ୟାଚ କଟକ ସହିତ ଖେଳି କଟକ କୁ ପରାସ୍ତ କରିଥିଲା । କିନ୍ତୁ ଆଜି ଭାରତୀୟ ହକି ଦଳ ରୁ ପ୍ରତିନିଧିତ୍ୱ କରି ଖେଳାଳି ଭାବରେ ଚାକିରୀ ପାଇ ଥିବା ସାଉଥ ଇଷ୍ଟର୍ଣ ରେଲବାଇ ହକି ଦଳ ସହିତ ଖେଳି ଝାରସୁଗୁଡା ୭-୧ ରେ ପରାସ୍ତ ହୋଇଛି । ରେଲବାଇ ଦଳରେ ଖେଳୁ ଥିବା ଖେଳାଳି ମାନେ ଝାରସୁଗୁଡା ଦଳକୁ ପରାସ୍ତ କରି ଥିଲେ ମଧ୍ୟ ଝାରସୁଗୁଡା ଯୁବ ଖେଳାଳି ମାନଙ୍କ ଖେଳ କୁ ଦର୍ଶକ ମାନେ ପ୍ରଶଂସା କରିଛନ୍ତି । ଆଷ୍ଟ୍ରେ ଟୋର୍ଫ ପଡିଆ ରେ ଜିଲ୍ଳାର ଖେଳି ମାନେ କେବେ ଖେଳି ନଥିଲେ । କଳିଙ୍ଗ ଷ୍ଟ୍ରାଡିୟମ ଆଷ୍ଟ୍ରେ ଟୋର୍ଫ ପଡିଆ ରେ ଖେଳାଳି ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇ ଥିଲେ । ଭାରତୀୟ ଦଲ ର ଅଲମ୍ପିଆନ ହକି ଖେଳାଳି ଲଜରୁସ ବାର୍ଲା ଖେଳ ରେ ଉପସ୍ଥିତ ରହିି ପ୍ରକାଶ କରି ଥିଲେ ଯେ, ଝାରସୁଗୁଡା ଦଳର ଖେଳାଳି ମାନେ ମାତ୍ର ଦୁଇମାସ ମଧ୍ୟ ରେ ଏତେ ସୁନ୍ଦର ହକି ଖେଳିବେ ତାହା ଆଶା କରି ନ ଥିଲେ । ଓଡିଶା ହକି ଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି କଳିଙ୍ଗ ଷ୍ଟ୍ରାଡିୟମ ରେ ଉପସ୍ଥିତ ରହି ପ୍ରକାଶ କରିଛନ୍ତି ଯେ ଜିଲ୍ଳାରେ ଆଷ୍ଟ୍ରେ ଟୋର୍ଫ ପଡିଆ ନିର୍ମାଣ ଦ୍ୱାରା ଓଡିଶା ହକି ଦଳରେ ଝାରସୁଗୁଡା ଖେଳାଳି ମାନେ ସୁଯୋଗ ପାଇ ପାରିବେ । ଆସନ୍ତା ୧୯ ତାରିଖରେ ଝାରସୁଗୁଡା ଜୁନିୟର ଦଳ କଳିଙ୍ଗ ଷ୍ଟ୍ରାଡିୟମ ରେ ମ୍ୟାଚ ଖେଳିବେ । ଆଗାମି ଦିନରେ ହକିରେ ଓଡିଶା ଦଳରେ ଝାରସୁଗୁଡା ଖେଳାଳି ମାନେ ନିଶ୍ଚୟ ସୁଯୋଗ ପାଇବେ ।
