ଜୁନିୟର ହକି ଆନ୍ତଃ ଜିଲ୍ଳା ପ୍ରତିଯୋଗିତାରେ ଝାରସୁଗୁଡା ୮-୦ ଗୋଲରେ ବିଜୟୀ
ଝାରସୁଗୁଡ଼ା : ଝାରସୁଗୁଡା ପ୍ରଥମ ଥର ଜୁନିୟ ର, ଆନ୍ତଃ ଜିଲ୍ଳା ପ୍ରତିଯୋଗିତା ରେ ଭାଗ ନେଇଛି । ଆଜି ତାର ୨ୟ ମ୍ୟାଚ ରେ ନୟାଗଡ ସହିତ ଖେଳୁ ୮-୦ ଗୋଲରେ ପରାସ୍ତ କରିଛି । ଦଳ ପକ୍ଷରୁ ସୁଶାନ୍ତ ମିଞ ଖେଳର ୫ ,ମିନିଟରେ ପ୍ରଥମ ଗୋଲ ଦେଇ ଦଳକୁ ଆଗୁଆ କରି କର ିଥିଲେ । ଖେଳର ପ୍ରଥମ ଭାଗର ୮,୧୧.୧୩,ଓ ୧୫ ମିନିଟରେ ୫ଟି ଗୋଲ ଝାରସୁଗୁଡା ଦେଇ ଥିଲା । ଦଳର ଲଳିତ କୁଲୁ, ,ଆସିକ ଶୋରନିଆ, ଅଜୟ ସାବତ ବିଜୟ କୁସୁମା,ଗୋଟିଏ ଲେଖାଏଁ ଗୋଲ ଦେଇ ଥିଲେ । କିନ୍ତୁ ୨ୟ ଭାଗରେ ପୁନଶ୍ଚ ଝାରସୁଗୁଡା ଦଳ ଏକତ୍ରିତ ହୋଇ ଆକ୍ରମଣ ଜାରି ରଖି ୩୫ ମିନିଟ ,୪୨, ଅଜୟ ସାମଦ ୨ଟି ଗୋଲ ଓ ୫୦ ମିନିଟରେ ଦଳର ଆକାଶ ନାୟକ ୧ଟି ଗୋଲ ଗୋଲ ଦେଇ ଦଳ ୮-୦ ଗୋଲରେ ବିଜୟୀ ହୋଇଛି । ଝାରସୁଗୁଡା ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ଥିଲା । ଆସନ୍ତା କାଲି ୩ୟ ରାଉଣ୍ଡ ରେ ଦେବଗଡ ଦଳକୁ ଭେଟିବ । ବିଜୟୀ ଦଳକୁ ବହୁ ସଂସ୍ଥା ତଥା ଜିଲ୍ଳାପାଳ ସରୋଜ କୁମାର ସାମଲ ଓ ଓଡିଶା ହକି ଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି,ଶୁଭେଛା ଜଣାଇଛନ୍ତି । ଏହି ଟିମର ମ୍ୟାନେଜର ବିମଳ କୁମାର ତାଣ୍ଡି ଓ କୋଚ ଭାବରେ ଅମିୟ ଷଣ୍ଡ ରହିଛନ୍ତି । ଏହି ଖେଳକୁ ସର୍ବସାଚୀ ଦଳେଇ ଓ ଅମିତ ଲୁଗୁନ ପରିଚାଳନା କରିଥିଲେ ।
