ଝାରସୁଗୁଡା ଘରୋଇ ଇଂଲିଶ ମିଡିୟମ ସ୍କୁଲ ଗୁଡିକ ସରକାରୀ ନିୟମ କୁ ହେୟ କରୁଛନ୍ତି ।
ଝାରସୁଗୁଡ଼ା : ଜିଲ୍ଳାରେ ବିଭିନ୍ନ ସ୍ଥାନରେ ଘରୋଇ ଇଂଲିଶ ମିଡିୟମ ସ୍କୁଲ ଗୁଡିକ ସରକାରୀ ନିୟମ କୁ ପାଳନ କରୁ ନ ଥିବା ଗୁରୁତର ଅଭିଯୋଗ ମାନ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଲିଡିଲ ପ୍ଳାଓ୍ୟାର କିଡିନ ଗାଡେନ୍ ଏହି ସ୍କୁଲରେ ନିଯୁକ୍ତି ହୋଇ ଥିବା ଶିକ୍ଷତ୍ରୀ ବୀରା କୁମାରୀ ଟିକା କୁ ଚାକରୀ କରିବାର ୧୦ବର୍ଷ ପରେ ଝାଡୁଦାର ଭାବରେ ସ୍କୁଲରେ କାମ କରିବାକୁ ବାଧ୍ୟ କରା ଯାଉଛି । ଏହି ବିଷୟରେ ଜିଲ୍ଳା ଶ୍ରମ ଅଧିକାରୀ ଙ୍କ ପାଖରେ ଅଭିଯୋଗ ଲିଖିତ ଭାବରେ କରା ଯାଇଛି । ସେହିପରି ନୂତନ ଭାବରେ ବିଟିଏମ ନିକଟରେ ଗଢିଉଠି ଥିବା ସେନଟ୍ ଜୋସେଫ ସ୍କୁଲରେ ସରକାରୀ ନିୟମ ଅନୁସାଂରେ ସର୍ବନିମ୍ନ୍ନ ଦରମା ମଧ୍ୟ ପଇଠ କରା ଯାଉ ନାହିଁ । ଏହା ସହିତ ଭବିଷ୍ୟନିଧି ପାଣ୍ଠି ପ୍ରତ୍ୟେକ ମାସ ରେ ଦରମାରୁ କଟା ଯାଉ ଥିଲେ ମଧ୍ୟ ତାହା ଜମା କରା ଯାଉ ନାହିଁ ବୋଲି ଅଭିଯୋ୍ଗ ଶୁଣିବାକୁ ମିଳୁଛି । ଏହା ତଦନ୍ତ କଲେ ଜଣା ପଡିବ । ସ୍କୁଲର ଅଧ୍ୟକ୍ଷା ସ୍କୁଲରେ ଠିକା ରେ ନିଯୁକ୍ତି ଦେଇ ଥିବା ଶିକ୍ଷକ, ଶିକ୍ଷତ୍ରୀ ମାନଙ୍କୁ ଅତି ଖରାପ ଭାଷା ରେ ଛାତ୍ର,ଛାତ୍ରୀ ମାନଙ୍କ ଆଗରେ କୌଣସି ଦୋଷ ନଥାଇ ଗାଳି ଦେଉ ଥିବାରୁ ଚାକିରୀ ଛାଡି ବାକୁ ବାଧ୍ୟ ହେଉଛନ୍ତି । ଏହି ବିଷୟରେ ସ୍କୁଲରେ ଚାକିରୀ କରି ଥିବା କର୍ମଚାରୀ ମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଯେଉଁ ଶିକ୍ଷକ, ଶିକ୍ଷତ୍ରିମାନେ ଚାକିରୀ ଛାଡୁଛନ୍ତି ତାଙ୍କର ପ୍ରାପ୍ୟ ମଧ୍ୟ ପଇଠ କରୁ ନାହାଁନ୍ତି । ଝାରସୁଗୁଡା ଜିଲ୍ଳାରେ ଥିବା ଘରୋଇ ସ୍କୁଲ ମାନେ ଅଭିଭାବକ ମାନଙ୍କ ଠାରୁ ବିଭିନ୍ନ ଉପାୟରେ ଲୁଟ କରିବାରେ ଲାଗିଛନ୍ତି । ପିଲା ମାନଙ୍କ ଭବିଷ୍ୟତ କୁ ଦେଖି ଅଭିଭାବକ ମାନେ ଚୁପ୍ ରହୁଛନ୍ତି । ଜିଲ୍ଳା ଶିକ୍ଷା ଅଧିକାରୀ ଓ ଜିଲ୍ଳା ଶ୍ରମ ଅଧିକାରୀ ସରଜମିନ ତଦନ୍ତ କରିବାକୁ ଦାବି ହେଉଛି ।
