ଝାରସୁଗୁଡା ଜିଲ୍ଳା ଜୋନ ସ୍ତରୀୟ ହକି ପ୍ରତିଯୋଗିତା
ଝାରସୁଗୁଡ଼ : ସ୍ଥାନୀୟ କିରିିମିରା ଏକଲବ୍ୟ ଆବାସିକ ସ୍କୁଲ ଠାରେ ଝାରସୁଗୁଡା ଜୋନ୨ୟ – ସ୍କୁଲ ସ୍ତରୀୟ ହକି ପ୍ରତିଯୋଗିତା କୁ ଆଜି ଏକଲବ୍ୟ ଆବାସିକ ସ୍କୁଲ ର ଅଧ୍ୟକ୍ଷା ସଂଙ୍ଗିତା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ହକି ଖେଳର ପଚାର ଓ ପ୍ରସାର ସହ ଛାତ୍ର,ଛାତ୍ରୀ ମାନଙ୍କ ମନରେ ହକି ଖେଳର ବହୁଳ ଭାବରେ ଆଦୃତ ଓ ବିକାଶ ପାଇଁ ଝାରସୁଗୁଡା ହକି ଆସୋସିଏସନ ଚେଷ୍ଟା ରେ ଜିଲ୍ଳାରେ ୩ଟି ଜୋନରେ ମ୍ୟାଚ ଗୁଡିକ ଅନୁଷ୍ଠିତ କରାଯାଉଛି । ଆଜି ଲଇକେରା, କିରିମିରା,ଓ କୁଲାବିରା ଅଂଚଳର ୧୩୬ ଜଣ ଜୁନିୟର, ସବ ଜୁନିୟର ସ୍କୁଲ ବାଳକ ବାଳିକା ଅଂଶ ଗ୍ରହଣକରି ଥିଲେ । ଏହି ବାଳକ,ବାଳିକା ମଧ୍ୟ ରୁ ଦୁଇଟି ଦଳ ଗଠନ କରା ଯାଇ କ୍ୱାଟରଫାଇନାଲ ମ୍ୟାଚ ଖେଳିବେ । ଝାରସୁଗୁଡା ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ବିମଳ କୁମାର ତାଣ୍ଡି, ବଂଶୀଧର ପଶାୟତ ଅତିଥି ଭାବରେ ଯୋଗ ଦେଇ ଥିଲେ । ଏହି ଖେଳ ଗୁଡିକୁ ମଞୁ ଲାକ୍ରା, ଲୁକେଶ କୁଜୁର,ଅମିୟ ଷଣ୍ଡ, ଜିତେନ୍ଦ୍ର ମହନ୍ତ, ସ୍କୁଲର ଶିକ୍ଷକ, ଶିକ୍ଷତ୍ରି ମାନେ ସହଯୋଗ କରି ଥିଲେ ।
