ଝାରସୁଗୁଡ଼ା ଜିଲା ସିନିୟର ଆନ୍ତଃ କ୍ଳବ କ୍ରିକେଟ୍ ୮ମ ଦିନ : ସାଇନିଂଷ୍ଟାର ଓ ପୋଗ୍ରେସିଭ କ୍ରିକେଟ କ୍ଳବ ବିଜୟୀ
ଝାରସୁଗୁଡ଼ା : ଓଡିଶା କ୍ରିକେଟ ସଂଘ ର ଭିଜନ-୨୪ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନ ତରଫରୁ ସିନିୟର ବାଳକ ମାନଙ୍କର ଆନ୍ତଃ କ୍ଳବ କ୍ରିକେଟ ମ୍ୟାଚ ର ୮ମ ଦିବସ ରେ ଝାରୁସୁଗୁଡା ସାଇନିଂଙ୍ଗ ଷ୍ଟାର କ୍ରିକେଟ କ୍ଳବ ଓ ଶିକ୍ଷା କ୍ରିକେଟ ଏକାଡେମୀ ମଧ୍ୟରେ ବି.ଟି ଏମ ପଡିଆରେ ଅନୁଷ୍ଠିତ ହୋଇ ଥିଲା । ସାଇନିଂଙ୍ଗ ଷ୍ଟାର କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୩୮.୫ ଓଭର ରେ ସମସ୍ତ ଉଇକେଟ ହରାଇ ୨୦୪ ରନ କରି ଥିଲା । ଶିକ୍ଷା କ୍ରିକେଟ ଏକାଡେମୀ ୨୨.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୭ ରନ କରିଥିଲା । ସାଇନିଂଙ୍ଗ ଷ୍ଟାର କ୍ରିକେଟ କ୍ଳବ ୧୦୭ ରେ ବିଜୟୀ ହୋଇଛି । ସାଇନିଂଙ୍ଗ ଷ୍ଟାର କ୍ରିକେଟ କ୍ଳବ ର ନବିନ ସିଂ ଅତିଥି ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ ।
ବ୍ରଜରାଜନଗର ଓରିଏଟ କୋଲିଆରି ପଡିଆ ଠାରେ ଆଜି ଲିଗ୍ ମ୍ୟାଚ ଶେଷ ଦିନରେ ଫ୍ରନ୍ଟଫୁଟ କ୍ରିକେଟ କ୍ଳବ ଓ ପୋଗ୍ରେଶିଭ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଫ୍ରନ୍ଟଫୁଟ କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୩୫.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ରନ କରି ଥିବା ବେଳେ । ପୋଗ୍ରେଶିଭ କ୍ରିକେଟ କ୍ଳବ ୯.୨ ଓଭର ରେ୧ ଉଇକେଟ ହରାଇ ୧୦୧ ରନ କରିବାକୁ ସକ୍ଷମ ହୋଇ ଥିଲା । ପୋଗ୍ରେଶିଭ କ୍ରିକେଟ କ୍ଳବ ୮ଉଇକେଟ ରେ ବିଜୟୀ ହୋଇ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି । । ପୋଗ୍ରେଶିଭ କ୍ରିକେଟ କ୍ଳବ ର ରାଜକିରନ ପଟେଲ ୪ଟି ଉଇକେଟ ନେବା ସହିତ ୨୪ ରନ କରି ନଟ୍ ଆଉଟ ରହି ଥିଲେ । ରାଜକିରନ ପଟେଲ ମ୍ୟାନ ଅଫ ଦି ମ୍ୟାଚ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗହ୍ରଣ କରି ଥିଲେ । ଝାରସୁଗୁଡ଼ା ବି.ଟି.ଏମ ପଡିଆ ଠାରେ ୮ମ ଦିନରେ ଡିଭିଜନାଲ ଲେବଲ୍ କମିଶନର (ଡ.ିଏଲ.ସି ) ପ୍ରଣବ କୁମାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ମୁଖ୍ୟ ଅତିଥି ଙ୍କୁ ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ତରଫରୁ ପୁଷ୍ପଗଛ ପ୍ରଦାନ କରା ଯାଇ ସମ୍ମାନୀତ କରି ଥିଲେ । ଏହି ଖେଳ ଗୁଡିକରେ ରେ ଅମ୍ପାୟର ଭାବରେ ବିଭୂତି ପାତ୍ର ,ବିନୟ ପ୍ରସାଦ ,ଅନିରୁଦ୍ଦ କେଓ୍ୟାଟ , ପି,ଅଶୋକ ରହି ଥିବା ଅନ ଲାଇନ ସ୍କୋର ର କୁମାରୀ ନିଷ୍ଠା ଦର୍ତ,ନାସିର ମଲ୍ଳିକ ଓ ରିତେଶ ସିନ୍ନା ସ୍କୋର ର ଭାବରେ ରହି ଥିଲେ ।
