ଝାରସୁଗୁଡ଼ା ଉପ-ନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ଚୁଡ଼ାନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ପ୍ରତିନିଧି ଦଳ
ଝାରସୁଗୁଡ଼ା : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ପହଞ୍ଚିଲେ ୫ ଜଣିଆ ପ୍ରତିନିଧି ଦଳ। ଏହି ଦଳରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷ ଥିବା ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ରହିଛନ୍ତି।
ଏହି ଦଳ ଝାରସୁଗୁଡା ଜିଲା ଦଳୀୟ କାର୍ଯାଳୟରେ ପହଞ୍ଚିବା ପରେ କିର୍ମିରା, ଲାଇକେରା ଓ କୋଲାବିରା ବ୍ଲକକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡିବେ
ସୂଚନା ଯେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବା ବେଳେ ଯାହାଙ୍କର ଜିତିବାର ଅଧିକ ସମ୍ଭାବନା ରହିଛି ତାକୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଆଜିର ରିପୋର୍ଟକୁ ପିସିସି କମିଟିକୁ ଜଣାଇବା ପରେ ଘୋଷଣା କରାଯିବ ବୋଲି ଚୟନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଦେଇଛନ୍ତି।
