ଝାରସୁଗୁଡ଼ା ବାଲଝରି ନକ୍ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାରଶମାଲ ଚମ୍ପିଆନ
ଝାରସୁଗୁଡ଼ା : ବାଲିଝରି ସ୍ପୋଟର୍ସ କ୍ଳବ ଆନୁକୁଲ୍ୟରେ ବାଲିଝରି ମିନି ଷ୍ଟାଡିୟମରେ ଗତ ୨୯ ତାରିଖରୁ ହୋଇ ଥିବା ଥିବା ଫୁଟବଲ ପ୍ରତିଯୋଗିତାର ଶେଷ ଦିବସର ଫାଇନାଲ ଖେଳ ଜୟ ଜଗ୍ନନାଥ କ୍ଳବ ସରବାହାଲ ଓ ସାରଶମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଆରମ୍ଭର ୧୪ ମିନିଟରେ ଜୟ ଜଗ୍ନନାଥ କ୍ଳବ ସରବାହାଲ ପ୍ରଥମ ଗୋଲ ଦେଇ ଆଗୁଆ ରହି ଥିଲା । କିନ୍ତୁ ଖେଳର ୨୮ ମିନିଟରେ ସାରଶମାଲ ଗୋ ଟି ପରିଶୋଧ କରିଦେଇଥିଲା ପ୍ରଥମ ଭାଗରେ ୧-୧ ଗୋଲରେ ସମାନ ସ୍ଥିତି ରହି ଥିଲା । ୨ୟ ଭାଗର ୪୫ ମିନିଟରେ ସାରଶମାଲ ୨ୟ ଗୋଲ ଦେଇ ଦଳକୁ ୨-୧ ଗୋଲରେ ଆଗୁଆ କରିଥିଲେ । ଉଭୟ ଦଳ ସୁନ୍ଦର ଖେଳ ଖେଳି ଦର୍ଶକ ମାନଙ୍କୁ ମୁଗଧ କରିଥିଲେ । ଶେଷରେ ୨-୧ ଗୋଲରେ ସାରଶମାଲ ଚମ୍ପିଆନ ହୋଇ ଥିଲା । ଖେଳର ମଧ୍ୟାହ୍ନ ସମୟରେ ଭେଟରେନ ଖେଳାଳି ମାନଙ୍କର ଫୁଟବଲ ମ୍ୟାଚ ସୁନ୍ଦରଗଡ ଓ ବାଲିଝରି ସ୍ପୋଟର୍ସ କ୍ଳବ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇ ୧-୦ ଗୋଲରେ ସୁନ୍ଦରଗଡ ବିଜୟୀ ହୋଇଥିଲା ।
ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବ୍ରଜରାଜନଗର ର ବିଧାୟକ କିଶୋର କୁମାର ମହାନ୍ତି ଯୋଗ ଦେଇ ଚମ୍ପିଆନ ଦଳ ସାରଶମାଲକୁ ଟ୍ରଫି ସହ ୭ ହଜାର ୫୦୦ ଟଙ୍କା ଓ ରନର୍ସଅର୍ଫ ଦଳ ଜୟ ଜଗ୍ନନାଥ କ୍ଳବ ସରବାହାଲକୁ ଟ୍ରଫି ସହ ୫ ହଜାର ୫୦୦ଶହ ଟଙ୍କା ପ୍ରଦାନ କରି ଥିଲେ । ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଟଙ୍ଗଧର ବାଗକୁ ପଦକ ପ୍ରଦାନ କରା ଯାଇଥିଲା । ଅନ୍ୟ ସମ୍ମାନୀୟ ଅତିଥି ଭାବରେ ଝାରସୁଗୁଡା କ୍ରୀଡା ସଂଘର ତାପସ ରାୟ ଚଉଧୁରୀ, ଆଇନଜୀବି ସଂଘ ର ସଭାପତି ତଥା ସ୍ଥାନୀୟ ଝାରସୁଗୁଡା ପୌରପରିଷଦର ସଭ୍ୟ ତ୍ରିନାଥ ଗୁଆଲ, ଝାରସୁଗୁଡା କ୍ରୀଡା ସଂଘର କର୍ମକର୍ତ ମାନେ ଉପସ୍ଥିତ ଥିଲେ । ମଙ୍ଗଳ ଓରାମ ମଚଂ ପରିଚାଳନା କରି ଥିଲେ । ଜୟ ଜଗ୍ନନାଥ କ୍ଳବ ସରବାହାଲ ର ବଜରଙ୍ଗି ଓରାମ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିଲେ । ଏହି ଖେଳକୁ , ପି.ରାଜେଶ୍ୱର ରାଓ, ଅରୁଣ ମୁଣ୍ଡା, ସୁରଜ ପ୍ରଧାନ, ସୁଶାନ୍ତ ମହାନ୍ତି, ଜଗ୍ନନାଥ ରାଓ ପରିଚାଳନା କରି ଥିଲେ ।


