ଝାଡେଶ୍ୱର ଘାଟରେ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ
କେନ୍ଦୁଝର (ବ୍ରଜକିଶୋର ରାୟ) : ଆଜି ପବିତ୍ର ବାରୁଣୀ ସ୍ନାନ । ପୁନ୍ୟୋତୟା ବୈତରଣୀ ନଦୀର ଝାଡେଶ୍ୱର ଘାଟରେ ଆରମ୍ଭ ହୋଇଛି ବାରୁଣୀ ସ୍ନାନ। ଭୋର ସମୟରୁ ବୈତରଣୀରେ ସ୍ନାନ କରି ଝାଡେଶ୍ୱର ମହାଦେବଙ୍କୁ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ। ଏହି ଅବସରରେ ଝାଡେଶ୍ୱର ପୀଠରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ। ବାରୁଣୀ ଅବସରରେ ୭ ଦିନ ଧରି ଝାଡେଶ୍ୱର ପୀଠରେ ମେଳା ପଡ଼ିବା ସହିତ ମିନାବଜାରର ଭରପୁର ମଜା ଉଠାନ୍ତି ସ୍ଥାନୀୟ ଲୋକେ।
ସୂଚନା ଯେ, ଚୈତ୍ର ମାସର କୃଷ୍ଣ ଦ୍ଵାଦଶୀ ରେ ବାରୁଣୀ ସ୍ନାନ କଲେ ଅନେକ ପୁଣ୍ୟ ଫଳ ମିଳିଥାଏ ବୋଲି ପୂର୍ବକାଳରୁ ବିଶ୍ୱାସ ରହିଛି।
