ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜେହଙ୍କ ଫଟୋ
ମୁମ୍ବାଇ : ଦୀର୍ଘ ପ୍ରତିକ୍ଷାର ଅନ୍ତ । ସାମ୍ନାକୁ ଆସିଲ ବଲିଉଡର ବେବୋ କରୀନା କପୁର ଏବଂ ସୈଫ ଅଲ୍ଲୀ ଖାଁଙ୍କ ସାନ ପୁଅ ଜାହାଙ୍ଗିରର ଫଟୋ। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ତେବେ କିଛି ସୋଶାଲ ମିଡିଆ ୟୁଜର୍ସଙ୍କୁ କିନ୍ତୁ ଗଣମାଧ୍ୟମଙ୍କର ଏଭଳି ବ୍ୟବହାର ପସନ୍ଦ କରିନାହାନ୍ତି । ଜେହଙ୍କ ଫଟୋ ଭାଇରାଲ ହେବା ପରେ ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସମାନେ ଫଟୋଗ୍ରାଫରଙ୍କୁ ନିନ୍ଦା କରୁଛନ୍ତି। ସେମାନେ କହିଛନ୍ତି, ‘ଏଭଳି ଫଟୋ ଉଠାଇବା ଭୁଲ୍। ଛୋଟ ପିଲାଙ୍କ ସହ ଫଟୋଗ୍ରାଫରମାନେ ଏଭଳି କରିବା ଠିକ୍ ନୁହେଁ। ପିଲାଙ୍କୁ ଏଭଳି ଭୟଭୀତ କରନ୍ତୁ ନାହିଁ।’
ଗତ କିଛି ଦିନ ହେବ କରୀନା କପୁର ଏବଂ ସୈଫ ଅଲ୍ଲି ଖାନ୍ ତାଙ୍କ ସାନ ପୁଅର ନାଁକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସାନ ପୁଅର ନାଁ ସେମାନେ ଜାହାଙ୍ଗିର (ଜେହ) ଦେଇଥିବା ନେଇ ନିକଟରେ ଘୋଷଣା କରିଥିଲେ। ଏହାପରେ ସୋଶାଲ ମିଡିଆରେ ସେମାନେ ଟ୍ରୋଲର ଶିକାର ହୋଇଛନ୍ତି। ସେମାନେ ଜେହକୁ ଲୋକଙ୍କ ଠାରୁ ଏବଂ କ୍ୟାମେରା ଠାରୁ ଦୂରେଇ ରଖିଥିଲେ। ତେବେ ଶୁକ୍ରବାର ଦିନ ଜେହଙ୍କୁ ତାଙ୍କ ମେଡ୍ କୋଳରେ ଧରିଥିବା ନଜର ଆସିଛନ୍ତି। ଏକ କାର୍ ଭିତରେ ଜେହଙ୍କୁ ତାଙ୍କ ମେଡ୍ କୋଳରେ ଧରିଥିବା ବେଳେ ପାଖରେ ସୈଫ ବସିଥିବା ଦେଖିବାକୁ ମିଳିଛି। ଦୁହେଁ କରୀନାଙ୍କ ବାପା ରଣଧୀର କପୁରଙ୍କ ଘରକୁ ଯାଉଥିବା ସମୟରେ କିଛି ଗଣମାଧ୍ୟମ ତାଙ୍କ କାର୍କୁ ଘେରି ଯାଇଥିଲେ ଏବଂ ତାଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଜେହଙ୍କର ପ୍ରଥମ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି।ସୂଚନା ଯେ, କରୀନା ଗତ୨୦୨୧ ଫେବ୍ରୁଆରୀରେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ କରୀନା ନିଜର ଏକ ବହି ‘ପ୍ରେଗ୍ନାନ୍ସି ବାଇବେଲ’ ଲଞ୍ଚ କରିଥିଲେ। ଏହି ବହି ଜରିଆରେ ବେବୋ ନିଜର ଗର୍ଭବତୀ ଥିବା ସମୟର ସମସ୍ତ ଅନୁଭୂତି ବଖାଣିଛନ୍ତି। ଏଥିସହ ତାଙ୍କ ପିଲାଙ୍କ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।
