ଜିପ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୮ ମୃତ, ୬ ଗୁରୁତର
ବାଙ୍ଗାଲୋର : କର୍ଣ୍ଣାଟକର ଚିକକବଲାପୁର ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜିପ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାର ପ୍ରଭାବ ଏପରି ଥିଲା ଯେ ଲୋରି ସହିତ ମୁହାଁମୁହିଁ ଧକ୍କା ହେବା ପରେ ଜିପକୁ କିଛି ବାଟ ଟାଣି ଟାଣି ନେଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଜି୍ପ୍ ଯୋଗେ ଶ୍ରୀନିବାସପୁର ତହସିଲ ଅଧିନ ରୟାଲପଡୁ ଗାଁରୁ ଚିନ୍ତାମଣି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ସୂଚନା ଯେ, ସୋମବାର ପ୍ରାୟ ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଜିପ୍ ଉପରେ ମାଡିଯିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ସେପଟେ ଦୁର୍ଘଟଣା ଯୋଗୁଁ ୬ ଜଣ ଗୁରୁତର ଥିବା ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁଯାୟୀ, ଜିପ ଡ୍ରାଇଭରଙ୍କ ଅବହେଳା ଏବଂ ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ସୂଚନା ଦେଇଛି। ଯାହା ଫଳରେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇ ଜିପ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଘଟଣାକୁ କେନ୍ଦ୍ର କରି ଚିନ୍ତାମଣି ଗ୍ରାମୀଣ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
