ଜୱାଦ ପ୍ରଭାବ : କଟକ ଏବଂ ଭୁବନେଶ୍ବର ପାଗରେ ପରିବର୍ତ୍ତନ, ତୁହାକୁ ତୁହା ବର୍ଷା
ଭୁବନେଶ୍ୱର : ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା । ତେବେ ଜଓ୍ବାଦ ପ୍ରଭାବରେ ଭିଜିବ ଟ୍ବିନ ସିଟି । ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ଲାଗି ରହିବ । ମଝିରେ ମଝିରେ ବର୍ଷାର ମାତ୍ରା ମଧ୍ୟ ବୃଦ୍ଧି ପାଇବ । କଟକ ଏବଂ ଭୁବନେଶ୍ବରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।
ସେହିପରି ଆଜି ୪ ଜିଲାକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ରେର୍ଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର । ଏବି ସବୁ ଜିଲ୍ଲାରେ ପବନର ବେଗ ମଧ୍ୟ ସର୍ବାଧିକ ରହିବ । ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ ଏହି ସ୍ଥାନରେ ୭୫ ରୁ ୮୫ ରହିବା ନେଇ ଅନୁମାନ କରାଯାଉଛି । ୨ ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଥିବା ନେଇ ପାଣପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଏହା ଓଡିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ଥିବାରୁ ସମୁଦ୍ରରେ ଜୁଆର ଉଚ୍ଚତା ୨ରୁ ୪ମିଟର ରହିବ । ଏହାର ସର୍ବାଧିକ ପ୍ରଭାବ କେନ୍ଦ୍ରପଡା ଟିକାୟତ ନଗର ପାଖାପାଖି ୨.୬ ମିଟର ପ୍ରଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡି ଆସିବାର ସମ୍ଭାବନା ରହିଛି । ଜଗତସିଂହପୁର ଓ ଭଦ୍ରକର ମହଣପୁରରେ ୧.୫ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ସ୍ଥଳଭାଗକୁ ମାଡିଆସିବାରେ ସମ୍ଭାବନା ରହିଛି । ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ବିପଦ ସଙ୍କେତ ୭ ଓ ପାରାଦୀପ, ଧାମରା ପାଇଁ ବିପଦ ସଙ୍କେତ ୪ ଜାରି କରାଯାଇଛି । ବାତ୍ୟାର ପ୍ରଭାବରେ ଗଛ ଉପୁଡିବାର ସମ୍ଭାବନା ରହିଛି ।
