ଟ୍ରେନିଂ ବେଳେ ଗୁଳି ଫୁଟି ଯବାନ ଆହତ
ଭୁବନେଶ୍ୱର : ଟ୍ରେନିଂ ସମୟରେ ଏସ୍ଓଜି କ୍ୟାମ୍ପରେ ଗୁରୁବାର ଅଘଟଣ ଘଟିଛି । ଜଣେ ଯବାନଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକାସ୍ଥିତ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) ଯବାନଙ୍କ କ୍ୟାମ୍ପରେ ଯବାନମାନଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଭୁଲ ବଶତଃ ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ବାହାରି ଯାଇଥିଲା । ଏହି ଗୁଳି ଆଉ ଜଣେ ଯବାନଙ୍କ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ମେଡ଼ିକାଲ ନିଆ ଯାଇଥିଲା ।
