ଆଇପିଏଲ୍-୨୦୨୩ରୁ ବଞ୍ଚିତ ହୋଇପାରନ୍ତି ବୁମରା
India's Jasprit Bumrah prepares to bowl in nets during a practice session at the Punjab Cricket Association Stadium in Mohali on September 19, 2022, on the eve of their first Twenty20 international cricket match against Australia. (Photo by Sajjad HUSSAIN / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE-----
ନୂଆଦିଲ୍ଲୀ: ଗତ ୭ ମାସ ଧରି ଆକ୍ସନରୁ ଦୂରରେ ଥିବା ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଇପିଏଲ୍ ୨୦୨୩ରୁ ବି ବଞ୍ଚିତ ହୋଇପାରନ୍ତି। ଏହାଛଡ଼ା ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ (ଯଦି ଭାରତ ପହଞ୍ଚେ) ରେ ଖେଳିବା ମଧ୍ୟ ସନ୍ଦେହ | ଜୁଲାଇରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଅନୁଷ୍ଠିତ ହେବ। ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଆଘାତ ସମସ୍ୟାକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍ରେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ।
ବୁମରା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି। ସେ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ତାଙ୍କ ରିହାବ୍ ପ୍ରକ୍ରିୟା ଜାରି ରଖିଛନ୍ତି। ସେ ସେଠାରେ କିଛିବୋଲିଂ ଅଭ୍ୟାସ ମଧ୍ୟ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ଟି ଟେଷ୍ଟ ମ୍ୟାଚ୍ରେ ସେ ଖେଳିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଚୟନକର୍ତ୍ତାମାନେ ତାଙ୍କ ଫିଟନେସ୍ ଆଧାରରେ କୌଣସି ରିସ୍କ ନେଇ ତାଙ୍କୁ ଦଳରେ ସାମିଲ କରିନଥିଲେ। ହେଲେ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲରୁ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଯାହା ଖବର ଆସୁଛି ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆହୁରି ସମୟ ଲାଗିପାରେ।
ପିଠି ଆଘାତ ଯୋଗୁଁ ବୁମରା ଗତ ୭ ମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି | ସେ ଶେଷଥର ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଏକ ମ୍ୟାଚ୍ ଖେଳିଥିଲେ। ଗତ ବର୍ଷ ଜୁଲାଇରେ ଇଂଲଣ୍ଡ ଗସ୍ତ ସମୟରେ ବୁମରାଙ୍କର ପିଠି ସମସ୍ୟା ଦେଖାଦେଇଥିଲା। ଷ୍ଟ୍ରେସ୍ ଫ୍ରାକଚର କାରଣରୁ ବୁମ ଏସିଆ କପରେ ଖେଳିପାରିନଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ମାତ୍ର ୨ଟି ମ୍ୟାଚ୍ ପରେ ହିଁ ଓହରିଥିଲେ। ପରେ ବୁମରା ପୂରା ଟି-୨୦ ବିଶ୍ୱକପରୁ ବଞ୍ଚିତ ହୋଇଥିଲେ ।
