ଜାମକୁଣ୍ଡା ନୋଡାଲ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା, ୭ଟି ପ୍ରକଳ୍ପ ମନୋନୀତ
ବାଲିଆପାଳ : ବାଲେଶ୍ଵର ଜିଲା ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଜାମକୁଣ୍ଡା ନୋଡାଲ ହାଇସ୍କୁଲ ପରିସର ରେ ଶନିବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳରେ ୧୦୭ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିବା ବେଳେ ସେଥିରୁ ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଛି। ଏହି ମେଳାକୁ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଆନୁଷ୍ଠାନିକ ଭାବାରେ ଉଦଘାଟନ କରିଥିଲେ।
ବାଲିଆପାଳ ବିଇଓ ସୁଧାଂଶୁ ଶେଖର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତା ବିଧାୟକ ଶ୍ରୀ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଚାନ୍ଦିପୁର ର ବରିଷ୍ଠ ବୈଜ୍ଞାନିକ ସୁଜିତ କୁମାର ସିଂ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।ସମ୍ମାନିତ ଅତିଥି ଭାବରେ ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜିତା ନାୟକ, ଜାମକୁଣ୍ଡା ପଞ୍ଚାୟତର ସରପଞ୍ଚ କାଞ୍ଚନ ବଳା ମାହାନା, ଜାମାକୁଣ୍ଡା ସମିତି ସଦସ୍ୟା ଗାୟତ୍ରୀ ଦଳାଇ, ବାଲିଆପାଳ ଗୋଷ୍ଠୀ ଶିକ୍ଷା ର ଏବିଇଓ ଆରତୀ ଭୂୟାଁ, ନମିତା ସାମଲ, ବ୍ଲକ ସାଇନ୍ସ କୋଡ଼ିନେଟର ଶୁକଦେବ ମାହାନ୍ତି, ସି ଆର ସି ସି ଅତୁଲ କୁମାର ସାହୁ, ଜାମକୁଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।,ଜାମକୁଣ୍ଡା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ଭୂୟାଁ ସଭା ପରିଚାଳନା କରିଥିଲେ।
ବିଭିନ୍ନ ସ୍କୁଲରୁ ୧୦୭ ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିବା ବେଳେ ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଥିବାର ସୂଚନା ମିଳିଛି।ମନ୍ମଥ କୁମାର ବିଶ୍ବାଳ, ଆଦିତ୍ୟ କୁମାର ରାଉତ, ପୂର୍ଣେନ୍ଦୁ ଦାସ, ନିତାଇ ଚରଣ ରାଉଳ, ନିରଞ୍ଜନ ପ୍ରଧାନ, ବିଜୟ କୁମାର ପାତ୍ର, ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା, ସମସ୍ତ ସିଆରସିସି ଙ୍କ ସହଯୋଗର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ରେ ସମାପନ ହୋଇଥଲା।
