କରୋନାରେ ସଂକ୍ରମିତ ହେଲେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସୋମ୍ ହସ୍ପିଟାଲରେ ଚିକିତ୍ସିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର କରୋନା ସଂକ୍ରମିତ ହୋଇ ସୋମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଗତ କିଛିଦିନ ଧରି ସେ ଥଣ୍ଡା, କାଶ ଓ କଫ ରୋଗରେ ପିଡିତ ଥିବା ବେଳେ ଜ୍ୱର ଅନୁଭବ କରିଥିଲେ । ଗତ ବୁଧବାର ସେ ବାଲେଶ୍ୱରରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ କୋଭିଡ୍ ପରୀକ୍ଷା କରାଯାଇଥିଲା । ସେଥିରେ କରୋନା ପଜିଟିଭ୍ ଜଣାଯିବାରୁ ତାଙ୍କୁ ସୋମ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି ବିଶେଷ ଏଥିନିମନ୍ତେ ସଚେତନା ହେବା ଓ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।
ସୂଚନା ଯେ, ବିଧାୟକ ଶ୍ରୀ ଦାସ ୨ଟି କରୋନା ଟିକା ନେଲାପରେ ମଧ୍ୟ କରୋନା ସଂକ୍ରମିତ ହେବ ନେଇ ସାଧାରଣରେ ଆଲୋଚନା ହେଉଛି । ଜଳେଶ୍ୱରରେ ଏହି ଖବର ଜଣାଯିବାପରେ ବିଧାୟକଙ୍କ ଆସୁ ଆରୋଗ୍ୟଲାଗି ଗୁରୁବାର ତାଙ୍କର ଶୁଭେଚ୍ଛୁ ମାନେ ନୂଆବଜାର ଦୁର୍ଗ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦଳ ପକ୍ଷରୁ ଜଗନ୍ନାଥ ମନ୍ଦିରେ ଦୀପଦାନ କରାଯାଇଥିବା ଜଣାଯାଇଛି ।
