ଜଳେଶ୍ୱର ବାର୍ ନିର୍ବାଚନ : ଅନୀଲ କୁମାର ପରିଡ଼ା ସଭାପତି
ଜଳେଶ୍ୱର : ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବିଭିନ୍ନ ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ଜଳେଶ୍ୱର ବାର୍ରେ ମଧ୍ୟ ଭୋଟ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୮୯ଜଣ ଓକିଲଙ୍କ ମଧ୍ୟରୁ ୧୩୯ଜଣ ମତଦାନ କରିଥିବା ଜଣାଯାଇଛି । ଏଥିରେ ସଭାପତି ଭାବେ ନିର୍ବାଚନ ଲଢୁଥିବା ତଥା ପୂର୍ବତନ ସଭାପତି ଅନୀଲ କୁମାର ପରିଡ଼ା ୮୪ଖଣ୍ଡ ଭୋଟ୍ ପାଇଥିବା ବେଳେ ପତିତ ପାବନ ପ୍ରଧାନ ୫୫ଟି ଭୋଟ ପାଇଥିବା ଜଣାଯାଇଛି । ଫଳରେ ଅନୀଲ କୁମାର ପ୍ରଧାନ ପୁଣିଥରେ ସଭାପତି ପଦବୀ ହାତେଇଛନ୍ତି । ପୂର୍ଣ୍ଣେନ୍ଦୁ ଆଚାର୍ଯ୍ୟ, ଅଶୋକ କୁମାର ବେଜ, ଭବାନୀ ଶଙ୍କର ଦେ, ନିର୍ମଳେନ୍ଦୁ ଜେନା ପ୍ରମୁଖ ନିର୍ବାଚନରେ ପରିଚାଳନା କରିଥିଲେ ।
