ଆସନ୍ତା ୨୮ରୁ ଜଳେଶ୍ୱର ମହୋତ୍ସବ
ଜଳେଶ୍ୱର : କରୋନାର ସଂକ୍ରମଣ ଯୋଗୁଁ ୨ବର୍ଷ ମେଳା ମହୋତ୍ସବ ଓ ସର୍ବାଜନୀନ କାର୍ଯ୍ୟ ରୋକ କରାଯାଇଥିବା ବେଳେ ତାଲାବଂନ୍ଦ ଯୋଗୁଁ ଜଳେଶ୍ୱର ମହୋତ୍ସବ ହୋଇ ପାରିନଥିଲା । କିନ୍ତୁ ତାଲା ବଂଦ ପ୍ରତ୍ୟାହାର ପରେ ଜଳେଶ୍ୱର ମହୋତ୍ସବ ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ସଭାପତି ସତ୍ୟସୁନ୍ଦର ଦାସ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ପଶ୍ଚିମବଂଗ ଓ ଓଡିଶାରର ରାଜନେତା, ସମାଜସେବି, ଶିକ୍ଷାବିତ୍, କଳାକାର, ଅଭିନେତା/ଅଭିନେତ୍ରୀ, ମେଲୋଡି, ମହିଳାଦିବସ, ଜଳେଶ୍ୱର ଶ୍ରୀ, ଗୃହଲକ୍ଷ୍ମୀ, ଆମ ସୁନାଝିଅ, ସୁସ୍ଥ ସୁନ୍ଦର ଶିଶୁ, ଆଦର୍ଶ ପରିବାର, ତଥା ପ୍ରତିଭା ବିକାଶ ଲାଗି ନାଚ, ଗୀତ, କୁଇଜ୍, କୃଷି ସମ୍ମିଳନୀ, ପୁଷ୍ପପ୍ରଦର୍ଶନୀ, ବ୍ୟଙ୍ଗ ଆସର, ବାଲୁକା କଳାକୃତି, ଦୋଳୀ, ଗୃହପାଳିତ ପଶୁ ପ୍ରଦର୍ଶନୀ, କବି ସମ୍ମିଳନୀ ଅନୁଷ୍ଠିତ ହେବା ସଂପର୍କରେ କୁହାଯାଇଛି । ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଉପାନ୍ତ ଅଂଚଳରେ ଉଦ୍ଜୀବିତ ରହିବା, ଭାଇଚାରା ବୃଦ୍ଧି, କୁଟୀର ଶିଳ୍ପ ସାମଗ୍ରୀକୁ ବିକ୍ରୟର ସୁଯୋଗ ଇତ୍ୟାଦି କରାଯିବା ସହିତ ଏହାକୁ ସରକାରୀ ମାନ୍ୟତା ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଡ. ଅଜିତ୍ ମହାନ୍ତି, କନିଷ୍କ ବୋଧିସତ୍ୱ ଦାସ, ପ୍ରବୀର ପ୍ରଧାନ, ନିତ୍ୟଗୋପାଳ ଦାସ, ଲେଲିନ୍ ପ୍ରଧାନ, ଅମିତାଭ ପାତ୍ର, ଜିତାଂଶୁ ନନ୍ଦି, ସୁଶାନ୍ତ ଦାସ, ଗୋପାଳ ସାହୁ, ନବେନ୍ଦୁ ପ୍ରଧାନ, ଦିଲ୍ଲିପ ଗିରି, ସୁବ୍ରତ ରଣା, ମଧୁସୂଦନ ସେନାପତି, ଗୋବିନ୍ଦ ସାହୁ, ସମୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
