ଭିଜିଲାନ୍ସ ଜାଲରେ ଯାଜପୁର ଆରଏମସିର ମାର୍କେଟ ସରକାର
ଯାଜପୁର : ଭିଜିଲାନ୍ସ ଜାଲରେ ଯାଜପୁର ଆରଏମସିର ମାର୍କେଟ ସରକାର । ଭିଜିଲାନ୍ସ ପକ୍ଷରୁ ଆରଏମସିର ମାର୍କେଟ ସରକାର ଗୟାଧର ସାହୁଙ୍କ ଘରେ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।
ସୂଚନା ଯେ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆରଏମସିର ମାର୍କେଟ ସରକାର ଗୟାଧର ସାହୁଙ୍କ ଘରେ ରେଡ୍ ।ଭିଜିଲାନ୍ସ ପକ୍ଷରୁ ଯାଜପୁର ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ବରପୁରସ୍ଥିତ ବାସଭବନ ଏବଂ ଭଡାରେ ଦିଆଯାଇଥିବା ଘରେ ଚାଲିଛି ରେଡ । ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିଲା । ଏବେ କୋର୍ଟର ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ରେଡ୍ ଚାଲିଛି ।
