ଯାଜପୁର ଜିଲ୍ଲା କଂଗ୍ରେସ୍ ପକ୍ଷରୁ ‘ୟୁଥ୍ ଯୋଡ଼ ବୁଥ୍ ଯୋଡ”଼ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି
ଯାଜପୁର : ଯାଜପୁର ଜିଲ୍ଲାରେ ୧୬୧୯ବୁଥ୍ରେ ଏହାର କାର୍ଯ୍ୟକ୍ରମ ଶୁଭାରମ୍ଭ ଜିଲ୍ଲା କଂଗ୍ରେସ୍ ଅଫିସ୍ରେ କରାଯାଇଥିଲା ଏଥିରେ ଯାଜପୁର ଜିଲ୍ଲା ଯୁବ କଂଗ୍ରେସ୍ ସଭାପତି ସନ୍ତୋଷ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ଡ଼ଃ ସ୍ମୃତି ରଂଜନ ଲେଙ୍କା, ଜିଲ୍ଲା କଂଗ୍ରେସ୍ କମିଟି ସଭାପତି ମନୋଜ ରାଉତ, ନିର୍ବାଚନ ମଣ୍ଡଳୀ ନେତା ସନ୍ତୋଷ ନନ୍ଦ, ଅଜୟ ସାମଲ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ବଳଭଦ୍ର ଦାସ, ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ରଞ୍ଜିତା ରାଉତ, ପୂର୍ବତନ ଜିଲ୍ଲା ମହିଳା କଂଗ୍ରେସ୍ ସଭାପତି ପ୍ରତିମା କର, ଯୁବ କଂଗ୍ରେସ୍ ମୁଖପାତ୍ର ମାନସ ରଂଜନ କର, ବିଶ୍ୱପ୍ରକାଶ ସାମଲ, ପଦ୍ମାକର ଗୁରୁ, ବିଶ୍ୱଜିତ୍ ଲେଙ୍କା, ସୁଦୀପ୍ ସାମଲ ପ୍ରଭୃତି ନେତୃ ମଣ୍ଡଳୀ ମାନେ ଯୋଗଦେଇ ଯୁବ କଂଗ୍ରେସ୍ ସଙ୍ଗଠିତ ହେଲେ କଂଗ୍ରେସ୍ର ଗୌରବ ଫେରିଆସିବ ବୋଲି ଦୃଢ଼ୋକ୍ତି କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବୁଥ୍ରୁ ସର୍ବନିମ୍ନ ୫ଜଣ ଯୁବକଙ୍କୁ ଯୋଡ଼ିବାକୁ ଆହ୍ୱାନ ଦେଇଥିଲେ । ଏହା ପରେ ନବନିଯୁକ୍ତ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି (୫) ସାଧାରଣ ସମ୍ପାଦକ (୧୫) ସମ୍ପାଦକ (୨୦)କୋଷାଧ୍ୟକ୍ଷ (୧) ଙ୍କୁ ନିଯୁକ୍ତି ପ୍ରମାଣ ପତ୍ର ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ଓ ସମସ୍ତ ସମ୍ମାନନୀୟ କଂଗ୍ରେସ୍ ସଭାପତି ମାନଙ୍କ ଦ୍ୱାରା ଯୁବ କଂଗ୍ରେସ୍ ପ୍ରତିଷ୍ଠା ଦିବସରେ ସମସ୍ତ ଯୁବ କଂଗ୍ରେସ୍ କର୍ମୀଙ୍କୁ ବୀମାଭୁକ୍ତ କରିବା ପାଇଁ ଯେଉଁ କାର୍ଯ୍ୟର୍ହାତକୁ ନେଇଛନ୍ତି ତାହାକୁ ଶୀଘ୍ର ତ୍ୱରାନ୍ୱିତ କରାଯିବା ପାଇଁ ଜିଲ୍ଲା ଯୁବ କଂଗ୍ରେସ୍ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରତି ବୁଥ୍ରେ ୟୁଥମାନଙ୍କୁ ଚୟନ କରାଯାଇ ସାମିଲ କରାଯିବା ପାଇଁ ଆଲୋଚନା ହୋଇଥିଲା । ଯାଜପୁର ଜିଲ୍ଲାରେ ଯେଉଁ ବେରୋଜଗାରୀ ଯୁବକମାନେ ଅଛନ୍ତି ତାଙ୍କ ପାଇଁ ଯଥାଶୀଘ୍ର ଏକ ଟୋଲ୍ ଫ୍ରିୀ ନମ୍ବର ଦିଆଯିବା ପାଇଁ ସ୍ଥିର କରାଯିବା ସହିତ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ସକ୍ରିୟ ଯୁବ କଂଗ୍ରେସ୍ କର୍ମୀମାନେ ସାମିଲ ହେବା ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଛି । ଏହି ସଭାରେ ଦୁର୍ଯ୍ୟୋଧନ ବେହେରା, ଭାସ୍କର ମହାନ୍ତି, ବିଭୂତି ମହାପାତ୍ର, ଅକ୍ଷୟ ଶତପଥି, ଗଦାଧର ଦାସ, ଗଣେଶ୍ୱର ଦାସ, ଦିଲ୍ଲୀପ ଦାସ, ରାଇ ଚରଣ ମହାନ୍ତି, ସରୋଜ ନାୟକ, ଶଙ୍କର୍ଷଣ ରାଉତ, ସଂଗ୍ରାମ ସାହାଣୀ, ସଂଗ୍ରାମ ଜେନା, ଚନ୍ଦ୍ରଶେଖର ସାହୁ, ସବ୍ୟସାଚୀ ଦାସ ପ୍ରମୁଖ ଯୋଗଦେଇଥିଲେ ।
